Advertisment

Double Murder: ଦୁଇ ଭାଇଙ୍କୁ ହତ୍ୟା ଘଟଣା, ସିନ୍ ରିକ୍ରିଏଶନ କଲା କ୍ରାଇମବ୍ରାଞ୍ଚ

ରବିବାର ବିଳମ୍ବିତ ରାତିରେ ପ୍ରଥମେ ସାନ ପୁଅ ବିକାଶକୁ ଟେକି ନେଇ ପାଇଖାନା ଘରେ ଶୁଆଇ ଦେଇଥିଲେ। ପରେ ବଡ଼ ପୁଅ ଆକାଶର ତଣ୍ଟି ଚିପି ହତ୍ୟା କରିଥିଲେ। ଆକାଶ ପାଟି କରି ଚିଲାଇବାରୁ ଆକାଶ ପାଟିରେ ଜେଜେ ମା ସୌରି ଲୁଗା ପୁରେଇ ପାଟିକୁ ବନ୍ଦ କରିଦେଇଥିଲା। ଯାହା ଫଳରେ ବାହାରକୁ ପାଟି ଶୁଣାଯାଇ ନଥିଲା।

ଡବଲ୍ ମର୍ଡର ଘଟଣାର ସିନ୍ ରିକ୍ରିଏଶନ୍

ଡବଲ୍ ମର୍ଡର ଘଟଣାର ସିନ୍ ରିକ୍ରିଏଶନ୍

Advertisment

ବହୁ ଚର୍ଚିତ ଫତେଗଡ ଥାନା ଅଧିନ ଧାନଚାଙ୍ଗଡ଼ା ଗାଁର ଡବଲ ମର୍ଡର ଘଟଣାକୁ ହାତକୁ ନେଲା କ୍ରାଇମବ୍ରାଞ୍ଚ । ହତ୍ୟାକାରୀ ବାପା ପ୍ରକାଶ ମହାନ୍ତିଙ୍କୁ ନେଇ ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ ଟିମ । ଅଭିଯୋଗ ଅନୁଯାୟୀ, ଗତ ୧୦ତାରିଖରେ ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଗାଁ ରେ ଘଟିଥିଲା ଏହି ଅଭାବନୀୟ ଘଟଣା ।

Advertisment

ଦ୍ୱିତୀୟ ବିବାହକୁ ବିରୋଧ କରିବାରୁ ଦୁଇ ଜନ୍ମକଲା ନାବାଳକ ପୁଅଙ୍କୁ ହତ୍ୟା କରିଥିଲା ଜଲ୍ହାଦ ବାପା । ଏହି ଘଟଣାରେ ମାମୁଁ ଘର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। ଧାନଚାଙ୍ଗଡ଼ା ଗ୍ରାମର ପ୍ରକାଶ ମହାନ୍ତି ଓ ଜେଜେ ମା ସୌରୀ ମହାନ୍ତି ରବିବାର ରାତିରେ ଦୁଇ ଭାଇଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ । ହତ୍ୟା କରିବାର ସାତ ଦିନ ପୂର୍ବରୁ ଜେଜେ ମା ଓ ବାପା ମିଶି ଯୋଜନା କରିଥିଲେ, କିନ୍ତୁ ବାରମ୍ବାର ବିଫଳ ହୋଇଥିଲେ।

ରବିବାର ବିଳମ୍ବିତ ରାତିରେ ପ୍ରଥମେ ସାନ ପୁଅ ବିକାଶକୁ ଟେକି ନେଇ ପାଇଖାନା ଘରେ ଶୁଆଇ ଦେଇଥିଲେ। ପରେ ବଡ଼ ପୁଅ ଆକାଶର ତଣ୍ଟି ଚିପି ହତ୍ୟା କରିଥିଲେ। ଆକାଶ ପାଟି କରି ଚିଲାଇବାରୁ ଆକାଶ ପାଟିରେ ଜେଜେ ମା ସୌରି ଲୁଗା ପୁରେଇ ପାଟିକୁ ବନ୍ଦ କରିଦେଇଥିଲା। ଯାହା ଫଳରେ ବାହାରକୁ ପାଟି ଶୁଣାଯାଇ ନଥିଲା।

Advertisment

ପରେ ସାନ ପୁଅ ବିକାଶକୁ ତଣ୍ଟି ଚିପି ହତ୍ୟା କରିବା ପରେ ତା’ର ହାତକୁ ବାନ୍ଧି ଦୁଇ ଭାଇଙ୍କୁ ଗୋଟିଏ ରସିରେ ଓହଳାଇ ଦେଇଥିଲେ । ତେବେ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ ପ୍ରକାଶ। ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ସବୁ ସତ୍ୟ ସାମ୍ନାକୁ ଆସିଛି। ପୋଲିସ ଆଗରେ ସବୁ ସତ ମାନିଛି ପ୍ରକାଶ । ପ୍ରକାଶ ଓ ଜେଜେ ମା ସୌରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ପରେ ଅଧିକ ତଦନ୍ତ ପାଇଁ କେସକୁ କ୍ରାଇମବ୍ରାଞ୍ଚ ନିଜ ହାତକୁ ନେଇଥିଲା । ଅଧିକ ତଥ୍ୟ ପାଇଁ ଆଜି ଧାନଚାଙ୍ଗଡ଼ା ଗ୍ରାମରେ ଅଭିଯୁକ୍ତ ବାପାକୁ ନେଇ ସିନରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ ।

(ରିପୋର୍ଟ- ରାକେଶ ଚନ୍ଦ୍ର ପାଢ଼ୀ, ଖଣ୍ଡପଡ଼ା)

Nayagarh Double Murder Case Crime Branch Children Crime Scene Recreation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ