• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦମ୍ପତିଙ୍କୁ କମେଣ୍ଟ ମାରିବା ଯୋଗୁଁ ଉପୁଜିଥିଲା ବିବାଦ

  • ପ୍ରେସମିଟରେ ସୂଚନା ଦେଲେ ଗଞ୍ଜାମ ଏସପି ବ୍ରିଜେଶ ରାୟ

ଗଞ୍ଜାମ ପିତଳରେ ୪ ଭାଇଙ୍କୁ ନିର୍ମମ ହତ୍ୟା ମାମଲାରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍ । ଦମ୍ପତିଙ୍କୁ କମେଣ୍ଟ ମାରିବା ଯୋଗୁଁ ଉପୁଜିଥିଲା ବିବାଦ । ଗତ ୨୨ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଆଜି ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ରାୟ ।

ସୂଚନା ଅନୁସାରେ ଘଟଣା ଦିନ ରାତିରେ ପିତଳ ଛକରେ ଫାଷ୍ଟଫୁଡ୍ ଦୋକାନୀ ଶମ୍ଭୁ ସ୍ୱାଇଁଙ୍କ ସହ ମୁଖ୍ୟ ଅଭିଯୁକ୍ତ ଅମୀୟ ସ୍ୱାଇଁର ବଚସା ହୋଇଥିଲା । କମେଣ୍ଟ ମାରିବାକୁ ବିରୋଧ କରିବାରୁ ଅମୀୟ ଓ ତାଙ୍କ ୫ ଜଣ ସହଯୋଗୀ ଶମ୍ଭୁ ଓ ତାଙ୍କ ଭାଇଙ୍କୁ ମାଡ଼ ମାରିଥିଲେ । କାଠ ଫାଳିଆ, ଲୁହା ରଡରେ ଆକ୍ରମଣ କରିଥିଲେ । ୪ ଜଣଙ୍କୁ ହତ୍ୟା ପରେ ସେଠୁ ଫେରାର ହୋଇଯାଇଥିଲେ ।

ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଅମୀୟ ସ୍ୱାଇଁ, ବାହାନପତି, ଦିପୁ ସେଠୀ, ଚିତ୍ରସେନ ସେଠୀ, ସନ୍ତୋଷ ସ୍ୱାଇଁଙ୍କୁ ଗିରଫ କରାଯାଇଛି । ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଛି । ସେମାନଙ୍କୁ ରିମାଣ୍ଡରେ ଆଣି ସିନ୍‌ ଅଫ କ୍ରାଇମ ରିକିଏସନ ହେବ । ବ୍ୟବହୃତ ମାରଣାସ୍ତ୍ର ସହ ୨ ବାଇକ୍‌ ଜବତ କରିଛି । ଫେରାର ଅଭିଯୁକ୍ତଙ୍କୁ ଗିରଫ ପାଇଁ ଟିମ୍‌ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ପି ।