Advertisment

ନବରଙ୍ଗପୁରରେ ଚାଞ୍ଚଲ୍ୟ, ନିଜର ୨ ବର୍ଷର ଶିଶୁପୁତ୍ରକୁ ଛୁରି ଭୁସି ହତ୍ୟା କଲା ମଦ୍ୟପ ବାପା

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ରାଧା ସାନ୍ତା ନାମକ ଜଣେ ମଦ୍ୟପ ବ୍ୟକ୍ତି, ପ୍ରଥମେ ପତ୍ନୀ ସହ ଝଗଡ଼ା କରି ଠେଙ୍ଗାରେ ଆକ୍ରମଣ ଉଦ୍ୟମ କରିଥିଲା। ପତ୍ନୀ ଭୟରେ ଘର ଛାଡ଼ି ଚାଲିଯିବାରୁ ଅଧିକ କ୍ରୋଧାନ୍ୱିତ ହୋଇ ନିଜର ଦୁଇବର୍ଷର ପୁଅକୁ ଛୁରାରେ ବାରମ୍ବାର ଆକ୍ରମଣ କରିଥିଲା।

Murder

Murder

Advertisment

ନବରଙ୍ଗପୁରରେ ଚାଞ୍ଚଲ୍ୟ। ପଡ଼ୋଶୀଙ୍କ ସହ ପୁଅକୁ ହତ୍ୟା କରିଥିବା ନୃଂଶସ ବାପାକୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଗାଁ ଲୋକେ। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଗୁଜୁମାପଦର ଗାଁରେ l ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ରାଧା ସାନ୍ତା ନାମକ ଜଣେ ମଦ୍ୟପ ବ୍ୟକ୍ତି, ପ୍ରଥମେ ପତ୍ନୀ ସହ ଝଗଡ଼ା କରି ଠେଙ୍ଗାରେ ଆକ୍ରମଣ ଉଦ୍ୟମ କରିଥିଲା। ପତ୍ନୀ ଭୟରେ ଘର ଛାଡ଼ି ଚାଲିଯିବାରୁ ଅଧିକ କ୍ରୋଧାନ୍ୱିତ ହୋଇ ନିଜର ଦୁଇବର୍ଷର ପୁଅକୁ ଛୁରାରେ ବାରମ୍ବାର ଆକ୍ରମଣ କରିଥିଲା।

Advertisment

ଏହା ଦେଖି ଜନାଇ ସାନ୍ତା ନାମ୍ନୀ ଜଣେ ପଡ଼ୋଶୀ ବୃଦ୍ଧା ଛୁଆକୁ ବଞ୍ଚାଇବାକୁ ଯାଇଥିଲେ। ହେଲେ ରାଧା ସାନ୍ତା ସେ ବୃଦ୍ଧାଙ୍କୁ ବି ମରଣାନ୍ତକ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀମାନେ ଏକାଠି ହୋଇ ଅଭିଯୁକ୍ତକୁ କାବୁ କରି ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାକୁ ମେଡିକାଲ ନିଆଯାଇଥିଲା, ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ସେପଟେ ମୃତ ମହିଳାଙ୍କ ପୁଅ ମୈଦଲପୁର ଥାନାରେ ଏତଲା ଦେଇଛନ୍ତି। ଏତଲା ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଶବ ଜବତ କରି ତଦନ୍ତ ଚଳାଇଛି। ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି।

Odisha News Murder Nabarangpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ