/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692275326.jpg)
Crime against Minor Girl
କଥାରେ ଅଛି ଘୁଷୁରୀ ପ୍ରକୃତି ପଙ୍କରେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ । କୁକୁର ଲାଙ୍ଗୁଡ଼ ବାର ବର୍ଷ ନଳିରେ ପୁରାଇ ରଖିଲେ ବି ଯୋଉ ବଙ୍କାକୁ ସେଇ ବଙ୍କା । ଯେଉଁ କାଣ୍ଡ ପାଇଁ ଥରେ ଦଣ୍ତ ପାଇଛନ୍ତି, ପୁଣି ଥରେ ସେଇ କାଣ୍ତ ଭିଆଇଲା ଅଭିଯୁକ୍ତ । ଦଶବର୍ଷର କାରାଦଣ୍ତ ପରେ ବି ସୁଧୁରୁଲାନି ମଣିଷରୂପି ରାକ୍ଷସ । ୫ ବର୍ଷର ଝିଅକୁ କଲା ଦୁଷ୍କର୍ମ । ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ।
ମଣିଷ ପ୍ରକୃତି ମଲେ ବଦଳେ । ୧୦ ବର୍ଷ ଜେଲ ଦଣ୍ତ ଭୋଗିବା ପରେ ବି ସୁଧୁରିଲାନି ରାକେଶ ଭର୍ମା ଓରଫ୍ ରାକୁ । ପୂର୍ବରୁ ଗୋଟେ ସାଢ଼େ ଚାରିବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଦଶବର୍ଷ ହେଲା ଜେଲ୍ରେ ଦିନ କାଟୁଥିଲା । ଏବେ ଜେଲ୍ରୁ ବାହାରିବା ପରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
୫ବର୍ଷର ନାବାଳିକା ଅପହରଣ ଅଭିଯୋଗ ପରେ ଘଟଣାଟି ସମସ୍କଙ୍କ ସାମ୍ନାକୁ ଆସିଥିଲା । ଅଭିଯୁକ୍ତ ରାକେଶ ଭର୍ମା କୁନି ଝିଅକୁ ଚକଲେଟ୍ ପ୍ରଲୋଭନ ଦେଖାଇ ଅପହରଣ କରିଥିବା ନାବାଳିକାର ଜେଜେମାଆ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଜେଜେମାଆ ଝିଅକୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ବେଳେ ରାକୁ ଝିଅକୁ ଧରି ଫେରାର ହୋଇଯାଇଥିଲା । ବୃଦ୍ଧାଙ୍କୁ କାନ୍ଦୁଥିବାର ଦେଖି ଆଖପାଖ ଲୋକ ସ୍ଥାନୀୟ ପୋଲିସକୁ ଅବଗତ କରାଇଥିଲେ । ପୋଲିସର ଏକ ଟିମ୍ ନାବାଳିକାକୁ ଖୋଜାଖୋଜି କରିଥିଲେ ।
ଦୁଇଘଣ୍ଟାର ଖୋଜାଖୋଜି ପରେ ନାବାଳିକାକୁ ପୋଲିସ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା । ତୁରନ୍ତ ଚିକିତ୍ସା ପାଇଁ ଝିଅକୁ ରେୱାର ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ପଠାଇଥିଲେ । ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ୫ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଛି ।
ପୋଲିସ ଏସ୍ପି ମହେନ୍ଦ୍ର ସିଂ ଚୌହାନ ସୂଚନା ଦେଇଛନ୍ତି ଅଭିଯୁକ୍ତ ରାକେଶ ଭର୍ମା ଏହି କାଣ୍ତ ଭିଆଇଛନ୍ତି । ପାଖାପାଖି ୧୮ ମାସ ପୂର୍ବେ ସେ ଜେଲ୍ରୁ ବାହାରିଥିଲେ । ଜେଲ୍ରେ ତାଙ୍କ ଭଲ ବ୍ୟବହାର କାରଣରୁ ତାଙ୍କ ୩ବର୍ଷ ସଜା କୋହଳ କରାଯାଇଥିଲା । ତେବେ ଜେଲ୍ରୁ ବାହାରିବା ପରେ ପୁନର୍ବାର ସମାନ କାଣ୍ତ ଘଟାଇଛନ୍ତି ରାକୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)