ଗୋଡ଼ରେ ମାରିବା ସ୍ପ୍ରେ, କୁନି ଛୁଆର ପାଟିରେ ମାରିଦେଲା ମାଆ ! ତା’ପରେ...

ଭୁଲ ଔଷଧ ପାଇଁ ଏବେ ଶିଶୁ ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Mother Sprayed Relief Spray In Son Mouth

ଭୁଲ ମେଡିସିନ୍ ଯୋଗୁ ୬ବର୍ଷର ଶିଶୁ ଗୁରୁତର । ଭୁବନେଶ୍ୱର ଚନ୍ଦ୍ରଶେଖପୁର ଅଞ୍ଚଳର ଏକ ମେଡିସିନ ଷ୍ଟୋରର ସେଲସମ୍ୟାନ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଗୁରୁତର ଶିଶୁର ମାଆ । ଡାକ୍ତର ପ୍ରେସକ୍ରିପ୍‌ସନରେ ଗୋଟିଏ ମେଡିସିନ ଲେଖିଥିବା ବେଳେ ସେଲସମ୍ୟାନ ତା ବଦଳରେ ଅନ୍ୟ ମେଡିସିନ୍ ଦେଇଥିବା ଅଭିଯୋଗ ହୋଇଛି। ଭୁଲ ଔଷଧ ପାଇଁ ଏବେ ଶିଶୁ ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସେପଟେ ସଂପୃକ୍ତ ସେଲସମ୍ୟାନଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ମାଆ । ପୋଲିସ ପକ୍ଷରୁ ସେଲସମ୍ୟାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପ୍ରାଥମିକ ତଦନ୍ତରୁ ସେଲସମ୍ୟାନ ଜଣକ ମାଟ୍ରିକ ଫେଲ ବୋଲି ଜଣାପଡିଛି । ଏ ସଂକ୍ରାନ୍ତରେ ଷ୍ଟୋର ମ୍ୟାନେଜରଙ୍କୁ ପଟରାଯିବାରୁ ଏ ସଂପର୍କରେ ଅନୁସନ୍ଧାନ କରୁଥିବା କହିଛନ୍ତି ।