Advertisment

୬ ମାସ ଶିଶୁପୁତ୍ରର ତଣ୍ଟି କାଟି ମା' ଫେରାର୍

କାହିଁକି ଶିଶୁ ପୁତ୍ରର ତଣ୍ଟି ତା’ର ମା’ କାଟିଲା ତାହାର କାରଣ ଜଣାପଡିନି।

Mother Kills Her Son

Mother Kills Her Son

Advertisment

ବଲାଙ୍ଗିର ଖଲିଆପାଲିରେ ଅଭାବନୀୟ ଘଟଣା | ୬ ମାସ ପୁଅର ତଣ୍ଟିକାଟି ମେଡିକାଲରୁ ପଳାଇଲା ମା’ । ଖଲିଆପାଲି ଗାଁରେ ଶିଶୁପୁତ୍ରର ତଣ୍ଟି କାଟି ଦେଇଥିଲା ମା’। ପରେ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଶୁଶୁକୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ହସପିଟାଲରେ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର।

Advertisment

ତେବେ କାହିଁକି ଶିଶୁ ପୁତ୍ରର ତଣ୍ଟି ତା’ର ମା’ କାଟିଲା ତାହାର କାରଣ ଜଣାପଡିନି। ସେପଟେ ମା’ ର ମାନସିକ ଅବସ୍ଥା ଠିକ୍‌ ନ ଥିବା ଡାକ୍ତର କହିଛନ୍ତି। ସେହିପରି ସମୃକ୍ତ ମହିଳାଙ୍କ ସ୍ୱାମୀ ମଧ୍ୟ ସ୍ତ୍ରୀର ମାନସିକ ଅବସ୍ଥା ଭଲ ନ ଥିବା କହିଛନ୍ତି। ଶିଶୁର ତଣ୍ଟି କଟିଦେବା ପରେ ମା’ ଘରକୁ ପଳାଇଆସିଥିବା ଶିଶୁର ବାପା କହିଛନ୍ତି।

Odisha News Bolangir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ