Advertisment

ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମହିଳା ବଖାଣିଲେ ଜଘନ୍ୟ କାହାଣୀ, କହିଲେ ‘ଦୁଷ୍କର୍ମ କରୁଥିଲା ଦିଅର’

ଝାଡ଼ଖଣ୍ଡର କଳଙ୍କ । ସୁନ୍ଦରଗଡ଼ରେ କମ୍ପନ। ଦୋହଲାଇଦେଇଛି ସାରା ରାଜ୍ୟକୁ। ସଭ୍ୟ ସମାଜର ମୁଣ୍ଡ ନୁଆଇଁ ଦେଇଛି ଉଲଗ୍ନ ଅବସ୍ଥାରେ ୨ ମହିଳା ଚାଲିବା ପଛର କାହାଣୀ। କାରଣ, ମାଇଲ ମାଇଲ୍ ଧରି ଉଲଗ୍ନ ଅବସ୍ଥାରେ ଚାଲିବା ସତ୍ତ୍ୱେ ଫୁଙ୍ଗୁଳା ଶରୀର ଉପରକୁ କେହି କନା ଖଣ୍ଡେ ଯେ ଫୋପାଡ଼ିଲେନି ତା’ନୁହେଁ, ବରଂ ଲୁଟ୍ ହୋଇଛି ୨ ମହିଳାଙ୍କ ଇଜ୍ଜତ୍, ମହତ୍।

ଅଦ୍ୟତନ ହୋଇଛି
Sundergarh

Sundergarh

Advertisment

ଦୁଷ୍କର୍ମ କରୁଥିଲା ଦିଅର। ଦେଉଥିଲା ଅସହ୍ୟ ନିର୍ଯାତନା। ଦିନେ କି ଅଧେ ନୁହେଁ, ବରଂ ବର୍ଷ ବର୍ଷ ଧରି ଅକଥନୀୟ ନିର୍ଯାତନା ଦେଉଥିଲା। ଶେଷରେ ସହିନପାରି ଘର ଦ୍ୱାରକୁ ପଛ କରି ଚାଲିଯାଉଥିଲେ ମା’, ଝିଅ। ସୁନ୍ଦରଗଡ଼ରୁ ଉଲଗ୍ନ ଅବସ୍ଥାରେ ଝାଡ଼ଖଣ୍ଡର ୨ ମହିଳାଙ୍କୁ ଉଦ୍ଧାର ଘଟଣାରେ ଆସିଛି ଏଭଳି ସାଂଘାତିକ ତଥ୍ୟ। ଆସ୍ଥା ଗୃହର କାଉନସେଲିଂ ବେଳେ ପୀଡ଼ିତା ଏକଥା କହିଥିବା କହିଛନ୍ତି ସଂସ୍ଥାର ସଂପାଦିକା। ତେବେ ୨ ଦିନ ପରେ ବି ଝାଡ଼ଖଣ୍ଡ ପୋଲିସ ଏଯାଏଁ ମୁହଁ ଖୋଲୁନଥିବାବେଳେ ସୁନ୍ଦରଗଡ଼ ଏସପି କହିଛନ୍ତି, ଘଟଣାର ତଦନ୍ତ ଚାଲିଛି।

Advertisment

ଝାଡ଼ଖଣ୍ଡର କଳଙ୍କ । ସୁନ୍ଦରଗଡ଼ରେ କମ୍ପନ। ଦୋହଲାଇଦେଇଛି ସାରା ରାଜ୍ୟକୁ। ସଭ୍ୟ ସମାଜର ମୁଣ୍ଡ ନୁଆଇଁ ଦେଇଛି ଉଲଗ୍ନ ଅବସ୍ଥାରେ ୨ ମହିଳା ଚାଲିବା ପଛର କାହାଣୀ। କାରଣ, ମାଇଲ ମାଇଲ୍ ଧରି ଉଲଗ୍ନ ଅବସ୍ଥାରେ ଚାଲିବା ସତ୍ତ୍ୱେ ଫୁଙ୍ଗୁଳା ଶରୀର ଉପରକୁ କେହି କନା ଖଣ୍ଡେ ଯେ ଫୋପାଡ଼ିଲେନି ତା’ନୁହେଁ, ବରଂ ଲୁଟ୍ ହୋଇଛି ୨ ମହିଳାଙ୍କ ଇଜ୍ଜତ୍, ମହତ୍। ଖିନଭିନ୍ କରିଦିଆଯାଇଛି ମାନ ସମ୍ମାନକୁ।

Advertisment

ସୁନ୍ଦରଗଡ଼ ଆସ୍ଥା ଗୃହରେ ରଖି କାଉନସେଲିଂ କରିବା ପରେ ସାମ୍ନାକୁ ଆସିଛି ଉଲଗ୍ନ ହୋଇ ଚାଲିବା ପଛର ଏଭଳି ଜଘନ୍ୟ କାହାଣୀ। ମିଳିଥିବା ସୂଚନା ଅନୁଯାୟୀ, ଉଭୟେ ହେଉଛନ୍ତି ମା’, ଝିଅ। ଝାଡ଼ଖଣ୍ଡର ବୋଲି କୁହାଯାଉଛି। ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ଆସ୍ଥା ଗୃହରେ ରଖି ଚିକିତ୍ସା ସହ ମାନସିକ ସ୍ଥିତିକୁ ସ୍ୱାଭାବିକ ଅବସ୍ଥାକୁ ଆଣିବା ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ସଂସ୍ଥାର ସମ୍ପାଦିକା।

ତେବେ ମା’, ଝିଅଙ୍କ ଉଲଗ୍ନ ହୋଇ ଚାଲିବା ପଛର କାରଣ କ’ଣ ? ତାକୁ ନେଇ ଲାଗିରହିଥିବା ରହସ୍ୟ ଭିତରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। ଶନିବାର ରାତି ପ୍ରାୟ ଗୋଟାଏରୁ ସାଢ଼େ ଗୋଟାଏ। ନିଦରୁ ହଠାତ୍ ଉଠି ୟାଡୁସ୍ୟାଡୁ କଥା କହୁଥିଲେ ମହିଳା ଜଣକ। ତାହାରି ଭିତରେ ନିଜର ପରିଚୟ ବି ଦେଇଥିଲେ।

Advertisment

କେବଳ ଏତିକି ନୁହେଁ, ଆସ୍ଥାଗୃହର କାଉନସେଲିଂବେଳେ ବଖାଣିଥିଲେ ଲୋମଟାଙ୍କୁରା କାହାଣୀ। ଦିଅର ମିଥୁନ୍ ତାଙ୍କୁ ଓ ୩ ଝିଅଙ୍କୁ ଦୀର୍ଘଦିନ ଧରି ଦୁଷ୍କର୍ମ ସହ ନିର୍ଯାତନା ଦେବାରୁ ସହ୍ୟ କରିନପାରି ଘର ଛାଡ଼ିଚାଲିଆସିଥିଲେ। କଥା କହିପାରୁନଥିବା ଝିଅ ସହ ୩ ଦିନ ଧରି ବାଟ ଚାଲିଥିଲେ ମହିଳା। ଆସିଲାବେଳେ ଲୋକେ ବି ଟଣାଓଟରା ସହ ନିର୍ଯାତନା ଦେଇଥିବା କଥା କହିଥିବା ନେଇ ଆସ୍ଥା ଗୃହ ସଂପାଦିକା ସୂଚନା ଦେଇଛନ୍ତି। ଆଉ ତା’ପରେ ଉଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିବାବେଳେ ଉତ୍ତରୀୟ ଢାଙ୍କି ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ ସୁନ୍ଦରଗଡ଼ ବିଧାୟିକା କୁସୁମ୍ ଟେଟେ।

ତେବେ ଏତେଦୂରରୁ ଉଲଗ୍ନ ଅବସ୍ଥାରେ ଦୁଇ ମହିଳା ଚାଲି ଚାଲି ଆସୁଥିଲେ ବି ସୁନ୍ଦରଗଡ଼ ପୋଲିସ ସାମାନ୍ୟ ବି ଟେର୍ ପାଇପାରିଲାନି କେମିତି ? ୨ ଦିନ ଧରି ମିଡ଼ିଆରେ ଚର୍ଚ୍ଚା ହେଉଥିଲେ ବି କାହିଁକି ଆକ୍ସନ ମୋଡକୁ ଆସୁନି ଝାଡ଼ଖଣ୍ଡ ପୋଲିସ ? କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କ ସହ ଘଟିଛି ଜଘନ୍ୟ କାଣ୍ଡ ? ମାନସିକ ସ୍ଥିତି ଠିକ୍ ନଥିବା ମହିଳାଙ୍କ ବୟାନ ଅନୁଯାୟୀ, ଦୁଷ୍କର୍ମ ଭଳି ସଂଗୀନ ତଥ୍ୟ ସାମ୍ନାକୁ ଆସିବା ପରେ ବି କାହିଁକି ସ୍ପଷ୍ଟ କରୁନି ? ଏଭଳି ନାନା ପ୍ରଶ୍ନ ଭିତରେ ସୁନ୍ଦରଗଡ଼ ଏସପି କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଲେ ସବୁ ସ୍ପଷ୍ଟ ହୋଇଯିବ। 

Sundergarh Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ