Advertisment

ଘରକୁ ଫେରୁଥିବା ବେଳେ ନିଖୋଜ ହୋଇଗଲେ ମା'-ଝିଅ

ସ୍ତ୍ରୀଙ୍କୁ ଖୋଜାଖୋଜି କରି ନପାଇବା ପରେ ମଳୟ ଭୁବନେଶ୍ୱର ଜିଆରପିରେ ଅଭିଯୋଗ କରିଥିଲେ ମଧ୍ୟ ଜିଆରପିରେ ଏତଲା ନ ରଖିବାରୁ ମହିଳାଙ୍କ ବାପଘର ଲୋକେ ସମ୍ବଲପୁର ଜିଆର୍‌ପିରେ ଅଭିଯୋଗ କରିଛନ୍ତି।

Missing daughter and mother

Missing daughter and mother

Advertisment

ସମ୍ବଲପୁର: ୭ ଦିନ ହେଲାଣି ମିଳୁନି ସ୍ତ୍ରୀ ଓ ୭ ବର୍ଷର ଝିଅର ପତ୍ତା। ଟ୍ରେନ୍‌ରେ ଘରକୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି ମାଆ-ଝିଅ। ସମ୍ବଲପୁର ହୀରାକୁଦ ନୁଆଗୁଜାତଳ ଅଞ୍ଚଳର ମହିଳା ଓ ତାଙ୍କର ଝିଅ ନିଖୋଜ ହୋଇଯାଇଛନ୍ତି। ଏ ନେଇ ସମ୍ବଲପୁର ଜିଆର୍‌ପି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ। ମହିଳା ଜଣକ ଜଗତସିଂପୁର ଏରସମା ଅଂଚଳର ମଳୟ ରଂଜନ ମାଇତିଙ୍କୁ ବିବାହ କରିଥିଲେ।  ଗତ ୮ ତାରିଖରେ ମଳୟ ସ୍ତ୍ରୀ ଓ ଝିଅ ସହ ତାଙ୍କ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ।

Advertisment

କିଛି ଦିନ ରହିବା ପରେ ସେ ଫେରିଯାଇଥିଲେ। ପରେ ଗତ ୨୫ ତାରିଖରେ ତାଙ୍କ ସ୍ତ୍ରୀ ୭ ବର୍ଷର ଝିଅକୁ ଧରି ଟ୍ରେନ୍ ଯୋଗେ ଭୁବନେଶ୍ୱର ବାହାରିଥିଲେ ମାତ୍ର ଭୁବନେଶ୍ୱର ଷ୍ଟେସନରେ ଆଉ ପହଞ୍ଚି ନଥିଲ। ସ୍ତ୍ରୀଙ୍କୁ ଖୋଜାଖୋଜି କରି ନପାଇବା ପରେ ମଳୟ ଭୁବନେଶ୍ୱର ଜିଆରପିରେ ଅଭିଯୋଗ କରିଥିଲେ ମଧ୍ୟ ଜିଆରପିରେ ଏତଲା ନ ରଖିବାରୁ ମହିଳାଙ୍କ ବାପଘର ଲୋକେ ସମ୍ବଲପୁର ଜିଆର୍‌ପିରେ ଅଭିଯୋଗ କରିଛନ୍ତି।

ପୋଲିସ ତଦନ୍ତ ଚଳାଇଥିଲେ ମଧ୍ୟ ଏଯାଏଁ ମହିଳା କି ତାଙ୍କର ଝିଅର ପତ୍ତା ମିଳିପାରିନାହିଁ। ପୋଲିସ କଲ୍ ରେକର୍ଡ ଯାଞ୍ଚ କରିବା ସହ ସେଦିନ ସେହିବଗିରେ ପାଖ ସିଟ୍‌ରେ ଯାତ୍ରା କରୁଥିବା ଅନ୍ୟ ସହଯାତ୍ରୀଙ୍କର ସବିଶେଷ ତଥ୍ୟ ମଗାଇଛି। ସହଯାତ୍ରୀଙ୍କୁ ପଚରା ଉଚରା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ଜିଆରପି ଅଧିକାରୀ କହିଛନ୍ତି।

Advertisment
Sambalpur Mother Daughter Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ