Astrospeak
  • Live TV
  • Read In English

୧୦ କୋଟିରୁ ଊର୍ଦ୍ଧ୍ୱ GST ଠକେଇ, ରାଉରକେଲା ସହର ଓ କଲୁଙ୍ଗାରେ ରେଡ୍

ରାଉରକେଲାରେ ଜିଏସ୍‌ଟି ଠକେଇ ଅଭିଯୋଗରେ କେନ୍ଦ୍ରୀୟ GST ଟିମ୍‌ର ରେଡ୍ । ୧୦ କୋଟିରୁ ଊର୍ଦ୍ଧ୍ୱ GST ଠକେଇ ହୋଇଥିବା ସୂଚନା । ଘରୋଇ ସଂସ୍ଥା ଟପ୍ ଟେକ୍ର କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ରେଡ୍ କରାଯାଇଛି ।

More than Rs 10 crore GST fraud
More than Rs 10 crore GST fraud

News Summary

୧୦ କୋଟିରୁ ଊର୍ଦ୍ଧ୍ୱ GST ଫାଙ୍କିବା ଅଭିଯୋଗରେ ରେଡ୍

ରାଉରକେଲାରେ ଜିଏସ୍‌ଟି ଠକେଇ ଅଭିଯୋଗରେ କେନ୍ଦ୍ରୀୟ GST ଟିମର ରେଡ୍ । ୧୦ କୋଟିରୁ ଊର୍ଦ୍ଧ୍ୱ GST ଫାଙ୍କିବା ଅଭିଯୋଗରେ ଘରୋଇ ସଂସ୍ଥା ଟପ୍ ଟେକ୍ର କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚାଲିଛି ଚଢଉ । ରାଉରକେଲା, କୁଆଁରମୁଣ୍ଡା, କଲୁଙ୍ଗା ସହ ୫ଟି ସ୍ଥାନରେ ତିନି ଦିନ ହେଲା କେନ୍ଦ୍ରୀୟ ଜିଏସଟି ଟିମ୍ ରେଡ୍ କରୁଛନ୍ତି । ଆସନ୍ତାକାଲି ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ମିଳିଛି ।

ତେବେ ଜିଏସ୍‌ଟି ଠକେଇ ଘଟଣା ସାମ୍ନାକୁ ଆସିଥିବା ବେଳେ ମାର୍ଚ୍ଚ ୨୦୨୨ରେ ରେକର୍ଡ ପରିମାଣର ଜିଏସଟି ଆଦାୟ କରାଯାଇଛି । ଗତମାସରେ ଦେଶରେ ଏଯାଏଁ ସର୍ବାଧିକ ୧.୪୨ ଲକ୍ଷ କୋଟି ଟଙ୍କାର ଦ୍ରବ୍ୟ ଓ ସେବା କର ସଂଗ୍ରହ ହୋଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ଗତ ଜାନୁଆରୀରେ ସର୍ବାଧିକ ଜିଏସଟି ଆଦାୟର ରେକର୍ଡ ରହିଥିଲା । ସେହି ମାସରେ ୧.୪୦ ଲକ୍ଷ କୋଟିର ଜିଏସଟି ସଂଗ୍ରହ ହୋଇଥିଲା । ଜାଲ ବିଲ ପ୍ରସ୍ତୁତକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜିଏସଟି ‌ଆଦାୟରେ ଏହି ବୃଦ୍ଧି ପରିଲକ୍ଷିତ ହୋଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ।