Advertisment

କାର୍ ସିକ୍ରେଟ୍ ଚାମ୍ବରରେ କୁବେର ଭଣ୍ଡାର, ତାମିଲନାଡୁରୁ ବ୍ରହ୍ମପୁରକୁ ହେଉଥିଲା ଚାଲାଣ

ଆଶ୍ଚର୍ଯ୍ୟର କଥା ହେଉଛି, ୨୦୨୦ ଡିସେମ୍ବର ୫ରେ ଏଭଳି ଚୋରାଚାଲାଣ କରି ଗୋଷାଣୀ ନୂଆଁଗାଁ ପୋଲିସ ହାତରେ ଧରାପଡ଼ିଥିଲା ଏହି ଗ୍ୟାଙ୍ଗ୍।

undefined

Gold and silver seized

Advertisment

ପୁଳା ପୁଳା ସୁନା...ମାଳ ମାଳ ଅଳଙ୍କାର...ଆଖି ତରାଟିଲା ଭଳି ସୁନା ଆଉ ରୂପା...ଜାଣି ଆଶ୍ଚର୍ଯ୍ୟ ହେବେ, ସୁନାସବୁ ଚାଲାଣ ହେଉଥିଲା ବ୍ରହ୍ମପୁର ସହରକୁ। ଆଉ ଚାଲାଣ ପଛରେ ରହିଛି ସାଉଥ୍ ଲିଙ୍କ୍। ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡୁରୁ ବ୍ରହ୍ମପୁରକୁ ଚାଲାଣ କରାଯାଉଥିଲା ସିକ୍ରେଟ୍ ଫଣ୍ଡାରେ। ସେହି ଚୋରା ଚାଲାଣର ମାଷ୍ଟରମାଇଣ୍ଡ ନାଁ ଗଜେନ୍ଦ୍ର। ୩ ସହଯୋଗୀଙ୍କ ସହାୟତାରେ ସୁଦୂର ତାମିଲନାଡୁ ସାଲେମରୁ ବ୍ରହ୍ମପୁର ବଡ଼ବଜାରକୁ ଏହି କାରରେ ଚାଲାଣ କରୁଥିଲେ ସେ।

Advertisment

ତେବେ ଆଗୁଆ ସୂଚନା ପାଇ ପୋଲିସ ଛକିଥିଲା ଗଂଜାମ ସୋରଳ ଜଙ୍କସନ୍‌ରେ। ପରେ ଏହି ସନ୍ଦିଗ୍ଧ କାର୍ ପହଞ୍ଚିବା କ୍ଷଣି କାରର ସିକ୍ରେଟ୍ ଚାମ୍ବରରୁ ଉଦ୍ଧାର କରିଥିଲା ୧୮୫ କେଜିରୁ ଅଧିକ ରୂପା ଓ ୪ କିଲୋ ୬ଶହ ଗ୍ରାମରୁ ଅଧିକ ଓଜନର ସୁନା। ସମସ୍ତ ଅଳଙ୍କାର ଏବଂ ଏହି ୪ ଅଭିଯୁକ୍ତଙ୍କୁ ପୋଲିସ ଏବେ ଜିଏସଟି ଓ ଆୟକର ବିଭାଗକୁ ହସ୍ତାନ୍ତର କରିଛି।

କାର୍ ଭିତରେ କୁବେର ଭଣ୍ଡାର। କାର୍ ଭିତରେ ଲୁଚିଛି ସିକ୍ରେଟ୍ ଫଣ୍ଡା। ସେହି କାର୍, ଯେଉଁଥିରେ ରହିଛି ସିକ୍ରେଟ୍ ଚାମ୍ବର।ଯେଉଁ ଚାମ୍ବର ଭିତରେ ବିପୁଳ ଅଳଙ୍କାରକୁ ଲୁଚାଇ ଶହ ଶହ କିଲୋମିଟର ଦୂରକୁ କରାଯାଉଥିଲା ଚାଲାଣ। ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ଦୂରରୁ ସୁନା ରୂପା ସବୁକୁ ଲୁଚାଇ ଆଣୁଥିଲେ ବି କୌଣସି ସ୍ଥାନରେ କେମିତି ଧରାପଡ଼ିଲେନି ଏମାନେ ? GST ଫାଙ୍କିବା ପାଇଁ ଏଭଳି ଅଭିନବ ଉପାୟ ପାଞ୍ଚିଥିଲେ କି ଏହି ୪ ଅଭିଯୁକ୍ତ ?

Advertisment

ଆଶ୍ଚର୍ଯ୍ୟର କଥା ହେଉଛି, ୨୦୨୦ ଡିସେମ୍ବର ୫ରେ ଏଭଳି ଚୋରାଚାଲାଣ କରି ଗୋଷାଣୀ ନୂଆଁଗାଁ ପୋଲିସ ହାତରେ ଧରାପଡ଼ିଥିଲା ଏହି ଗ୍ୟାଙ୍ଗ୍। ଏବେ ୩ ବର୍ଷ ପରେ ପୁଣି ଥରେ ସାମ୍ନାକୁ ଆସିଛି କାରନାମା। ଚୋରାରେ ସୁନା ବେପାରର ହବ୍ ପାଲଟିଥିବା ଗଞ୍ଜାମ ସହ ଏଭଳି ଚୋରାଚାଲାଣର ଲିଙ୍କ୍ ନୂଆ ନୁହେଁ। 

ସେପ୍ଟେମ୍ବର ୨୨। ଆସିକାରୁ ଚାଲାଣବେଳେ ୭୮ ଲକ୍ଷରୁ ଅଧିକ ମୂଲ୍ୟର ରୂପା ଇଟା, ପ୍ରାୟ ୨୧ ଲକ୍ଷର ସୁନା ଓ ରୂପା ଅଳଙ୍କାର ସହ ପ୍ରାୟ ୧୨ ଲକ୍ଷର ନଗଦ ଟଙ୍କା ମିଳିଥିଲା। କାରର ସିକ୍ରେଟ୍ ଚାମ୍ବରରେ ଏସବୁ ଚାଲାଣ ହେଉଥିଲା ପଶ୍ଚିମବଙ୍ଗକୁ। ସେପ୍ଟେମ୍ବର ୧୩ରେ ଗଂଜେଇ ଖୋଜୁ ଖୋଜୁ ବ୍ରହ୍ମପୁରରେ ଜଣେ ବସ୍ ଯାତ୍ରୀଙ୍କଠୁ ମିଳିଥିଲା ୩୩ ଲକ୍ଷରୁ ଅଧିକ ନୋଟ୍। ତାପୂର୍ବରୁ ଅଗଷ୍ଟ ୯ରେ ଏକ ବସ୍‌ରୁ ମିଳିଥିଲା ୧ କୋଟି ୨୨ ଲକ୍ଷ ଟଙ୍କା। ସେହି ଲିଙ୍କ୍‌ରେ ଜଣେ ଅଳଙ୍କାର ବ୍ୟବସାୟୀଙ୍କଠୁ ଜବତ ହୋଇଥିଲା ୨୩ଟି ସୁନା ବିସ୍କୁଟ୍। ତେବେ ଗଳାବାଟ ଦେଇ ବାରମ୍ବାର ଏଭଳି ଚୋରାଚାଲାଣ ହେଉଥିଲେ ବି କାହିଁକି ଏହାକୁ ରୋକାଯାଇପାରୁନି ? ପଡ଼ୋଶୀ ରାଜ୍ୟରୁ ଗଞ୍ଜାମକୁ ଲମ୍ବିଥିବା ଚାଲାଣ ପଛରେ ରହିଛି କି କାହାର ଅଭୟ ବର ?

Advertisment

(ରିପୋର୍ଟ: ବ୍ରହ୍ମପୁରରୁ ଜଗନ୍ନାଥ ସାହୁ) 

Gold & Silver Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ