Explosives recovered
ପୁଣି ଜବତ ହେଲା ବିସ୍ଫୋରକ ସାମଗ୍ରୀ । ଝାଡଖଣ୍ଡ ଜରେଇକଲା ଥାନା ତିରିଲିପୋଷ ଜଙ୍ଗଲରୁ ମିଳିଛି ଅଢେଇ ଟନର ବିସ୍ଫୋରକ ସାମଗ୍ରୀ । କମ୍ବିଂ ଅପରେସନ ବେଳେ ସୁରକ୍ଷାବାହିନୀକୁ ବଡ ସଫଳତା ମିଳିଛି । କୋବ୍ରା ବାଟାଲିୟନ, ସିଆରପିଏଫ, ଆଇଆରବି, ଏସଓଜି ଓ ଡିଭିଏଫ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ଆଉ ଅଢେଇ ଟନର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମାଓବାଦୀମାନେ ମାଟି ତଳେ ଏହି ବିସ୍ଫୋରକ ସାମଗ୍ରୀକୁ ଲୁଚାଇ ରଖିଥିବା ସୂଚନା ମିଳିଛି ।
ନିକଟରେ କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଖଣି ଅଞ୍ଚଳରୁ ୪ ଟନରୁ ଅଧିକ ବିସ୍ଫୋରକ ସାମଗ୍ରୀ ଲୁଟ କରିଥିଲେ ୪୦ରୁ ଅଧିକ ମାଓବାଦୀ । ବିସ୍ଫୋରକ ଭର୍ତ୍ତି ଗାଡିର ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଉକ୍ତ ବିସ୍ଫୋରକକୁ ଲୁଟ କରି ନେଇଥିଲେ । ସୁନ୍ଦରଗଡର ବାଙ୍କୋ ଖଣି ଅଞ୍ଚଳରୁ ଏହି ବିସ୍ଫୋରକକୁ ନେଇ ଝାଡଖଣ୍ଡ ପଟକୁ ପଳାଇଥିଲେ ମାଓବାଦୀ । ଲୁଟ ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ ହୋଇଥିଲା । ବହୁ ସର୍ଚ୍ଚ ଅପରେସନ ପରେ ଲୁଟ ବିସ୍ଫୋରକ ମଧ୍ୟରୁ ଯବାନଙ୍କୁ କିଛି ମିଳିଥିଲା । ଗତ ଶୁକ୍ରବାର ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଓଡିଶା ସୀମା ନିକଟ ଝାଡଖଣ୍ଡର ତିରିଲିପୋଷ ଜଙ୍ଗଲରେ ୩ ଟନ ପାଖାପାଖି ବିସ୍ଫୋରକ ସାମଗ୍ରୀ ଠାବ ହୋଇଥିଲା ।
ଅଧିକ ପଢ଼ନ୍ତୁ: ୪୦୦୦ ମୁହାଁ କୋଭିଡ ସଂକ୍ରମଣ; ୪ ଜଣଙ୍କ ଜୀବନ ନେଲା
ଗତ ୬ ଦିନ ଧରି ଏହି ବିସ୍ଫୋରକକୁ ଖୋଜୁଥିଲେ ସୁରକ୍ଷାବାହିନୀ । ଏହି ସର୍ଚ୍ଚ ଅପରେସନରେ ସାମିଲ ଅଛନ୍ତି ସାଇଣ୍ଟିଫିକ ଟିମ୍ । ତିରିଲିପୋଷ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆହୁରି ବିସ୍ଫୋରକ ସାମଗ୍ରୀ ମିଳିବାର ସମ୍ଭାବନା ରହିଛି । କିପରି ସେହିସବୁ ବିସ୍ଫୋରକକୁ ସୁରକ୍ଷିତ ଭାବରେ ଜବତ କରାଯିବ ସେ ନେଇ ବ୍ୟବସ୍ଥା କରୁଛନ୍ତି ସୁରକ୍ଷାବାହିନୀ । ଅନ୍ୟପଟେ ମଙ୍ଗଳବାର କେ ବଲାଙ୍ଗ ଥାନା ବାଙ୍କ ପଥର ଖଣିରୁ ମାଓବାଦୀ ଲୁଟ୍ କରିବା ପରେ ହାଇ ଆଲର୍ଟରେ ଅଛି ଓଡ଼ିଶା ଏବଂ ଝାଡ଼ଖଣ୍ଡ ସୀମା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748852389.jpg)