• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡ୍ରଗ୍ସ କାରବାରର ହବ୍‌ ପାଲଟିଛି ଥାଇଲ୍ୟାଣ୍ଡ । ପୋଲିସ ଏବଂ ସରକାରଙ୍କ ଶତ ଚେଷ୍ଟା ସତ୍ତ୍ୱେ ମାଦକ ଦ୍ରବ୍ୟ ବ୍ୟବସାୟ ଉପରେ ରୋକ ଲଗାଯାଇ ପାରୁନି । ଏଠାରେ ବହୁ ପରିମାଣରେ ଡ୍ରଗ୍ସ ଚୋରା ଚାଲାଣ କରାଯିବା ସହ ନିଶାସକ୍ତ ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଚି । ନିକଟରେ ଥାଇଲ୍ୟାଣ୍ଡର ଏକ ମନ୍ଦିରରେ ଅଚାନକ୍‌ ଚଢ଼ାଉ ସମୟରେ ଆଶ୍ଚର୍ଯ୍ୟ ହୋଇଯାଇଛି ପୋଲିସ୍ । ମନ୍ଦିରରେ ଥିବା ସବୁ ସାଧୁସନ୍ୟାସୀଙ୍କ ଡ୍ରଗ୍ ଟେଷ୍ଟ କରାଯାଇଥିଲା । ଆଉ ସମସ୍ତେ methamphetamine ଡ୍ରଗ୍ସ ପଜିଟିଭ୍‌ ଚହ୍ନଟ ହୋଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ମନ୍ଦିରର ମୁଖ୍ୟ ପୂଜକ ମଧ୍ୟ ସାମିଲ ଅଛନ୍ତି ।

ବର୍ତ୍ତମାନ ଥାଇଲାଣ୍ଡର ଏହି ବୌଦ୍ଧ ମନ୍ଦିରକୁ ଖାଲି କରାଯାଇଛି । କାରଣ ସମସ୍ତ ସାଧୁସନ୍ୟାସୀମାନେ ଟେଷ୍ଟରେ ଫେଲ୍‌ ହୋଇଯାଇଛନ୍ତି । ଏବେ ସମସ୍ତ ସାଧୁସନ୍ୟାସୀଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଏହି ଘଟଣା ପରେ ଆଖପାଖ ଗାଁର ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି । କାରଣ ସାଧୁସନ୍ୟାସୀଙ୍କୁ ସୁଧାର ଗୃହ ପଠାଇ ଦିଆଯିବା ପରେ ଏବେ କୌଣସି ପୂଜାପାଠ ହୋଇ ପାରୁନାହିଁ । ଏନେଇ ଜିଲ୍ଲାଧିକାରୀ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି । ଖୁବ୍‌ ଶୀଘ୍ର ମନ୍ଦିର ପାଇଁ ପୂଜକ ତଥା ସାଧୁସନ୍ୟାସୀ ଯୋଗାଡ଼ କରାଯିବ ବୋଲି କହିଛନ୍ତି ।

ଥାଇଲାଣ୍ଡରେ ଏହି ଡ୍ରଗ୍ସ ବହୁଳ ପରିମାଣରେ ବ୍ୟବହାର କରାଯାଉଛି । ୟୁନାଇଟେଡ୍ ନେସନ ଡ୍ରଗ୍ ଆଣ୍ଡ କ୍ରାଇମ୍ ଅଫିସ୍ ଅନୁଯାୟୀ, ଡ୍ରଗ୍ସ ସେବନ କରୁଥିବା ଦେଶ ମାନଙ୍କ ମଧ୍ୟରେ ଥାଇଲ୍ୟାଣ୍ଡ ହେଉଛି ପ୍ରମୁଖ ଦେଶ । ଏହି ପ୍ରକାର ଡ୍ରଗ୍ସ ମିଆଁମାରରୁ ଲାଓସ ଦେଇ ଥାଇଲ୍ୟାଣ୍ଡକୁ ଆମଦାନୀ କରାଯାଇଥାଏ । ଆଉ ଏହାର ଗୋଟିଏ ଟାବଲେଟର ମୂଲ୍ୟ ପ୍ରାୟ ୨୦ଭାଟ (ଥାଇଲ୍ୟାଣ୍ଡର ମୁଦ୍ରା) ଅର୍ଥାତ୍ ୪୦ ଟଙ୍କା । ବର୍ତ୍ତମାନ ସମୟରେ ସମଗ୍ର ଦକ୍ଷିଣ ଏସୀୟ ଅଞ୍ଚଳରେ ଅନେକ ସମୟରେ ଏପରି ଡ୍ରଗ୍ସ ଜବତ କରାଯାଇଛି ।