Advertisment

ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ପଣ୍ଡ; ମାଙ୍କଡ଼ ଆକ୍ରମଣରେ ଅଭିଯୁକ୍ତ ଘାଇଲା

ଶିଶୁଟି ୟୁକେଜିରେ ପଢେ। ଖେଳୁଥିବା ବେଳେ କେହିଜଣେ ବ୍ୟକ୍ତି ତାକୁ ପ୍ରଲୋଭିତ କରି ସାଙ୍ଗରେ ନେଇଯାଇଥିଲା। ଏଯାଏ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇନି। ଅଭିଯୁକ୍ତ ଫେରାର ଥିବା ବେଳେ ତା ବିରୋଧରେ POCSO ଆକ୍ଟରେ ମାମଲା ରୁଜୁ କରାଯାଇଛି।

ଅଦ୍ୟତନ ହୋଇଛି
monkey Attack

monkey Attack

Advertisment

ରଖେ ହରି ତ ମାରେ କିଏ..ଏ ଲୋକବାଣୀ ପ୍ରାୟ ସମସ୍ତେ ଜାଣନ୍ତି। ଅନେକ କ୍ଷେତ୍ରରେ ଆମେ ଦେଖୁ ଯେ ଅସମ୍ଭବ ମନେ ହେଉଥିବା ଜିନିଷ ଆପଣା ଛାଏଁ ଠିକ୍ ହୋଇଯାଏ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶ ବାଗପତ ଜିଲ୍ଲାରେ। ଯେଉଁଠି ଜଣେ ଶିଶୁକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ଅଭିଯୁକ୍ତକୁ ମାଙ୍କଡ଼ ଆକ୍ରମଣ କରିବା ସହ ଶିଶୁଟିର ଜୀବନ ରକ୍ଷା କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।

Advertisment

ଶିଶୁଟିର ପରିବାର ଲୋକଙ୍କ କହିବା ଅନୁସାରେ, ଝିଅ ଘର ବାହାରେ ଖେଳୁଥିଲା। ଜଣେ ଅଜଣା ବ୍ୟକ୍ତି ଆସି ତାକୁ ଏକ ପରିତ୍ୟକ୍ତ ସ୍ଥାନକୁ ନେଇଯାଇଥିଲା। ନିକଟସ୍ଥ ସିସିଟିଭି ଫୁଟେଜରେ ଏକ ସଂକୀର୍ଣ୍ଣ ଗଳି ଦେଇ ଯାଉଥିବା ଦେଖିବାକୁ ମିଳିଥିଲା । ବ୍ୟକ୍ତିଜଣକ ଶିଶୁଟିକୁ ହତ୍ୟା ଧମକ ବି ଦେଇଥିଲା। ଏହି ସମୟରେ ହଠାତ୍ ଦଳେ ମାଙ୍କଡ ସେହି ସ୍ଥାନକୁ ଆସିଗଲେ। ସେମାନେ ସେହି ବ୍ୟକ୍ତିକୁ ଆକ୍ରମଣ କରିବାକୁ ଲାଗିଲେ। ଭୟରେ ବ୍ୟକ୍ତିଜଣକ ସେଠାରେ ଝିଅକୁ ଛାଡ଼ି ପଳାଇଯାଇଥିଲା। ମାଙ୍କଡଙ୍କ ପାଇଁ ଝିଅର ଜୀବନ ରକ୍ଷା ପାଇଲା ବୋଲି ଶିଶୁଟିର ବାପା କହିଛନ୍ତି।

ପୋଲିସର ସୂଚନା ଅନୁସାରେ, ଶିଶୁଟି ୟୁକେଜିରେ ପଢେ। ଖେଳୁଥିବା ବେଳେ କେହିଜଣେ ବ୍ୟକ୍ତି ତାକୁ ପ୍ରଲୋଭିତ କରି ସାଙ୍ଗରେ ନେଇଯାଇଥିଲା। ଏଯାଏ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇନି। ଅଭିଯୁକ୍ତ ଫେରାର ଥିବା ବେଳେ ତା ବିରୋଧରେ POCSO ଆକ୍ଟରେ ମାମଲା ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୭୪, ଧାରା ୭୬ ପରି ଅନେକ ଦଫା ଲାଗିଛି। ଆବଶ୍ୟକ ହେଲେ ଆଉ ଅଧିକ ଦଫା ଯୋଗ କରାଯିବ । ବର୍ତ୍ତମାନ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଏବଂ ଗିରଫ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି।

Advertisment

ଏହି ଘଟଣା ପରେ ସ୍ଥାନୀୟ ଲୋକେ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ହନୁମାନଙ୍କ କୃପାରୁ ଝିଅଟିର ଜୀବନ ରକ୍ଷା ହୋଇଗଲା ବୋଲି କହିଛନ୍ତି। ତେବେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପରିବାର ଲୋକ ଦାବି କରିଛନ୍ତି।

POSCO Act
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ