Dharmasala MLA Himanshu Sahoo
ବଡ଼ ଖବର । ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ । ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ନେଇ ହୋଇଛି ଅଭିଯୋଗ । ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବବିଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କଲେ ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ । ଯାଜପୁର ବୁଢ଼ାପୋଲ ନିକଟରେ ଆକ୍ରମଣ ଅଭିଯୋଗ । ଡିଡିଏମ୍ଙ୍କ ଅଫିସକୁ ମିଟିଂ ପାଇଁ ଯିବା ବେଳେ ଆକ୍ରମଣ ହୋଇଛି ।
ଆକ୍ରମଣ ନେଇ ସିଧା ଅଭିଯୋଗ କଲେ ବିଧାୟକ ହିମାଂଶୁ ସାହୁ । ପୋଲିସ ଆଗରେ ଏନେଇ ଅଭିଯୋଗ କଲେ ବିଧାୟକ ହିମାଂଶୁ ସାହୁ । କହିଲେ-ଡିଡିଏମ୍ଙ୍କ ଅଫିସକୁ ମିଟିଂ ପାଇଁ ଯାଉଥିଲି । ରାସ୍ତାରେ କିଛି ଲୋକ ରାସ୍ତାରୋକ କରିଥିଲେ । ରାସ୍ତା ବନ୍ଦ ଥିବାରୁ ମୋ ଗାଡ଼ି ସେଠାରେ ଅଟକି ଥିଲା । ଏତିକି ବେଳେ କିଛି ଲୋକ ମୋ ଆଡ଼କୁ ମାଡ଼ି ଆସିଥିଲେ । ସେମାନେ ମୋ ଗାଡ଼ିକୁ ରଡ୍, ଠେଙ୍ଗାରେ ପିଟିଥିଲେ । ଗାଡ଼ିରେ ମୋତେ ଦେଖି ମୋ ଆଡ଼କୁ ମାଡ଼ି ଆସିଥିଲେ । ମୋତେ ପିଟି, ମୋ ଚେନ୍ ଛିଡ଼ାଇ ନେଇଥିଲେ । ବବି ଭାଇ ଜିନ୍ଦାବାଦ୍ କହି ମୋତେ ଆକ୍ରମଣ କରିଥିଲେ ।
ଅଧିକ ପଢ଼ନ୍ତୁ: Cyber Fraud: ଭୁବନେଶ୍ୱରରେ ଠକେଇ, ଚେନ୍ନାଇରୁ ଗିରଫ; ଉତୁରିଗଲା ଫିଲ୍ମ କରିବା ନିଶା
ଏପଟେ ବିଧାୟକଙ୍କୁ ମାଡ଼ ନେଇ ଘଟଣା ସ୍ଥଳରେ ରାସ୍ତାରୋକ । ଘଟଣା ସ୍ଥଳରେ ରାସ୍ତାରୋକ କଲେ ବିଜେପି କର୍ମୀ । ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବୁନି କହିଲେ ବିଜେପି କର୍ମୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732115116.jpg)