Miscreants vandalise police station in Bargarh
ବରଗଡ଼ ଅମ୍ବାଭୋନା ଥାନାରେ ସଂଘବଦ୍ଧ ଭାବେ କିଛି ଯୁବକ ପଶିବା ସହ ହଙ୍ଗାମା କରିଛନ୍ତି। ୨୫ରୁ ୩୦ ଜଣ ଯୁବକ ଥାନାରେ ପଶି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ତେବେ ସଂପୃକ୍ତ ଯୁବକ ମାନେ କିଏ ? ନିର୍ଦ୍ଧିଷ୍ଟ ଭାବେ କାହିଁକି ଏଭଳି ଥାନାରେ ପଶି ଏଭଳି ତାଣ୍ଡବ ରଚିଲେ ? ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ତାଙ୍କର ପିକନିକ ପାର୍ଟି ଉପରେ ପୋଲିସ ଚଢ଼ାଉ କରିଥିବାରୁ ଏଥିରେ କ୍ଷୁବ୍ଧ ହୋଇ ଭଙ୍ଗାରୁଜା କରିଥିବା ଚର୍ଚ୍ଚା ହେଉଛି। ପିକନିକ୍ ପାର୍ଟିରେ ନିଶା କାରବାର ହେଉଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। କିନ୍ତୁ ଚଢ଼ାଉରୁ କିଛି ନମିଳିବାରୁ ଥାନାକୁ ସଂଘବଦ୍ଧ ଭାବେ ଆସି ସଂପୃକ୍ତ ଯୁବକମାନେ ଭଙ୍ଗାରୁଜା କରିଥିବା କୁହାଯାଉଛି। ଏହି ଘଟଣା ପରେ ବରଗଡ଼ SDPO ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ବରଗଡ଼ରୁ ଧର୍ମଦତ୍ତ ପାଢ଼ୀଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699190397.jpg)