Advertisment

ମନ୍ଦିରରୁ ଶିବ, ପାର୍ବତୀ, ରାଧାକୃଷ୍ଣଙ୍କ ମୂର୍ତ୍ତି ଉଭାନ

ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା ସମସ୍ତଙ୍କୁ ଚକିତ କରିଛି।

idol theft

idol theft

Advertisment

ପୁରୀ(ମଧୁସୂଦନ ମିଶ୍ର): ଠାକୁରଙ୍କୁ ବି ଛାଡ଼ିଲେନି ଚୋର। ପୁଣି ମାତିଲେ ମୂର୍ତ୍ତି ଚୋର ଗ୍ୟାଙ୍ଗ। ୨ମାସ ଭିତରେ ପୁରୀ ଜିଲ୍ଲାରେ ୫ରୁ ଅଧିକ ମନ୍ଦିରରୁ ଚୋରି ହୋଇଛି ମୂର୍ତ୍ତି। ଆଜି କିନ୍ତୁ ଏହି ଚୋର ପୋଲିସକୁ ଚାଲେଞ୍ଜ ଦେଇଚୋରି କରିଛି। ପୁରୀ ଜିଲ୍ଲା କଣାସ ବ୍ଲକ ଗଡିଶୋଗୋଦା ଥାନା ଅନ୍ତର୍ଗତ ଶ୍ରୀମୁକୁନ୍ଦପୁରୁର ଇଷାଣେଶ୍ୱର ମନ୍ଦିରରୁରୁ ମୂର୍ତ୍ତି ଚୋରି କରିଛନ୍ତି ଲୁଟେରା। ବିଳମ୍ବିତ ରାତିରେ ମନ୍ଦିରରୁ ଶିବ, ପାର୍ବତୀ ଓ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରାଇ ନେଇଛନ୍ତି ଦୁର୍ବୃତ୍ତ। ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ନିଶ୍ଚିତ ରାକେଟକୁ ଧରାଯିବ ବୋଲି କହିଛନ୍ତି ଆଡିସିନାଲ ଏସପି।

Advertisment

ଗତ କାଲି ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରାଯାଇ ଦୁଇଜଣଙ୍କୁ ଗିରଫ କରିବାର ୨୪ଘଣ୍ଟା ନପୁରୁଣୁ ପୁଣି ମନ୍ଦିରୁ ଚୋରି। ସକାଳୁ ସକାଳୁ ଶ୍ରୀମୁକୁନ୍ଦପୁରୁରେ ହୁରି ପଡିଗଲା ଇଶାଣେଶ୍ୱର ମନ୍ଦିରରୁ ଅଷ୍ଟଧାତୁର ରାଧାକୃଷ୍ଣ ଓ ଶିବ ପାର୍ଵତୀ ମୂର୍ତ୍ତି ଚୋରି ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ୫ଶହ ବର୍ଷର ପୁରୁଣା ଇଶାନେଶ୍ୱର ମନ୍ଦିରରୁ ଚୋରି ପରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଥିଲା। ତୁରନ୍ତ ଚୋରକୁ ଧରି ଦଣ୍ଡ ଦେବାପାଇଁ ଦାବି କରାଯାଇଥିଲା।

ଗତକାଲି ଏକ ଆନ୍ତଃ ରାଜ୍ୟ ମୂର୍ତ୍ତି ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା ଚନ୍ଦନପୁର ଥାନା ପୋଲିସ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ୧୦ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ଗିରଫ ମୂର୍ତ୍ତି ଚୋର ନିମାପଡ଼ା ପାଟପୁରର ପ୍ରଫୁଲ୍ଲ ମିଶ୍ର ଓ ତାଙ୍କ ସ୍ତ୍ରୀ ସରୋଜିନୀ ପଣ୍ଡାଙ୍କୁ ଗିରଫ କରାଯାଇଥିଲା କିନ୍ତୁ। ଏବେ ବି ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାଚୀନ ଓ ମୂଲ୍ୟବାନ ମୂର୍ତ୍ତି ଚୋରି ଚାଲିଛି। ଏହି ରାକେଟ୍ ପୋଲିସକୁ ଖୋଲା ଚାଲେଞ୍ଜ କରିଛନ୍ତି। ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ନିଶ୍ଚିତ ଚୋରି ରାକେଟ୍‌କୁ ଧରାଯିବ ବୋଲି ଏସପି ଓ ଆଡସିନାଲ ଏସପି କହିଛନ୍ତି। 

Advertisment

ଦିନକୁ ଦିନ ବଢିଚାଲିଛି ଅପରାଧ । ରାଜଧାନୀଠୁ ଆରମ୍ଭ କରି ରାଜ୍ୟର ଅନ୍ୟାନ୍ୟ ସହର ମାନଙ୍କରେ ଡକାୟତି, ହତ୍ୟା, ଲୁଟ୍ ଭଳି ଜଘନ୍ୟ ଅପରାଧ ବଢିଚାଲିଛି। ଯାହାକୁ ନେଇ ସାଧାରଣ ଲୋକେ ଆତଙ୍କିତ ରହୁଛନ୍ତି। ଆଉ ଏହାରି ମଧ୍ୟରେ ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା ସମସ୍ତଙ୍କୁ ଚକିତ କରିଛି। 

Puri Idol Theft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ