Advertisment

ଗନ୍‌ ପଏଣ୍ଟରେ ଲୁଟ୍‌:ଫାୟାରିଂ କରି ସୁନା ଦୋକାନୀଙ୍କଠୁ ବ୍ୟାଗ୍‌ ଛଡ଼ାଇ ନେଲେ,ପରେ ଜଣାପଡ଼ିଲା ବ୍ୟାଗ୍‌ ଭିତରେ...

ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଟାର୍ଗେଟ୍‌ କରି ଲୁଟ୍ କରୁଛନ୍ତି ଦୁର୍ବୃତ୍ତ। ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଲଗାତାର ଭାବେ ଏଭଳି ଅପରାଧ ଘଟି ଚାଲିଛି।

ଅଦ୍ୟତନ ହୋଇଛି
Loot In Bhubaneswar

Loot In Bhubaneswar

Advertisment

ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍‌ପାଟ୍‌ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ। ଏବେ ଲୁଟେରାଙ୍କ ଟାର୍ଗେଟ୍‌ରେ ସୁନା ଦୋକାନୀ। ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଟାର୍ଗେଟ୍‌ କରି ଲୁଟ୍ କରୁଛନ୍ତି। ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଲଗାତାର ଭାବେ ଏଭଳି ଅପରାଧ ଘଟି ଚାଲିଛି। ତଥାପି ପୋଲିସ୍‌ ହାତ ଖାଲି। ଏଭଳି ଅପରାଧିକ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କୁ ଧରିବାରେ ପୋଲିସ୍‌ ବିଫଳ। 

Advertisment

ଗତକାଲି ରାତିରେ ସାମନ୍ତରାପୁରର ଏକ ସୁନା ଦୋକାନୀଙ୍କୁ ଲୁଟ୍ ଉଦ୍ୟମ ବେଳେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ସୂଚନା ଅନୁସାରେ, ସୁନା ଦୋକାନୀ, ସେଲସ୍‌ମ୍ୟାନ୍ ଏପରି ୪ ଜଣ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏମାନଙ୍କ ପାଖରେ କିଛି ବ୍ୟାଗ୍ ଥିଲା। ଏହି ସମୟରେ ୩ ଜଣ ଲୁଟେରା ଟାର୍ଗେଟ୍‌ କରି ଲୁଟ୍‌ ଉଦ୍ୟମ କରିଥିଲେ। ୨ ଜଣଙ୍କୁ ଗୁଳିମାଡ଼ କରି ବ୍ୟାଗ୍‌ ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ହେଲେ ବ୍ୟାଗ୍‌ରେ କୌଣସି ସୁନା ଅଳଙ୍କାର ନଥିଲା। 

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଥିବା ୨ ଜଣଙ୍କୁ  କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱରରେ ଏହା ନୂଆ ଘଟଣା ନୁହେଁ। ଏହା ପୂର୍ବରୁ ଜାଆଁଳା, ଡେଲ୍‌ଟା ସମେତ ଅନ୍ୟ କିଛି ସ୍ଥାନରେ ବି ସୁନା ଦୋକାନୀଙ୍କୁ ସମାନ ଢଙ୍ଗରେ ଟାର୍ଗେଟ୍‌ କରାଯାଇ ଲୁଟ୍ ହୋଇଛି। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ଏଭଳି ସମାନ ଢଙ୍ଗରେ ଜଣେ ସୁନା ଦୋକାନୀଙ୍କୁ ଟାର୍ଗେଟ୍‌ କରାଯାଇ ଲୁଟ୍‌ ଉଦ୍ୟମ କରିଥିଲେ। 

Loot In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ