ରାତି ୧୦ଟାରେ ଲେଡିଜ୍‌ ହଷ୍ଟେଲ୍‌ରେ ପଶିଗଲେ ଦୁର୍ବୃତ୍ତ

ରାତି ୧୦ଟା ବେଳେ ଲେଡିଜ୍‌ ହଷ୍ଟେଲ୍‌ରେ ପଶିଗଲେ ଦୁର୍ବୃତ୍ତ । ଘୋଷାରି ଆଣି ପିଟିଲେ, ଅଶ୍ଳୀଳ ଇଙ୍ଗୀତ କଲେ । ବିରୋଧ କରିବାରୁ ମାଡ ବି ମାରିଲେ । ପୋଲିସ ପହଞ୍ଚିଲା ବେଳକୁ...

Miscreants misbehave

News Summary

ରାଜଧାନୀର ଛାତି ଉପରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍‌

 

ହଷ୍ଟେଲ୍‌ରେ ପଶିଲେ, ଆକ୍ରମଣ କଲେ

ଶୁକ୍ରବାର...ରାତି ପ୍ରାୟ ୧୦ ଟା । ହଠାତ୍‌ ଲେଡିଜ୍‌ ହଷ୍ଟେଲ୍‌ରେ ପଶିଗଲେ ଦୁର୍ବୃତ୍ତ...ଖାଲି ହଷ୍ଟେଲ୍‌ ଭିତରେ ପଶିଲେ ତାହା ନୁହେଁ ବରଂ ଖେଳାଇ ଦେଲେ ଆତଙ୍କ । ରାତି ହୋଇଥିବାରୁ ଅଧିକାଂଶ ଯୁବତୀ ନିଜନିଜ ରୁମ୍‌ରେ ଥିଲେ । ଆଉ ଏତିକି ବେଳେ ଗାଳିମନ୍ଦ ଦେବା ସହିତ ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଖେଳିଯାଇଛି ଭୟର ବାତାବରଣ ।

ରାତି ୧୦ଟାରେ ନୟାପଲ୍ଲୀ ଭୋଇସାହି ସ୍ଥିତ ଏକ ଲେଡିଜ୍ ହଷ୍ଟେଲ୍‌ରେ ୫ ଜଣ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ କରିଥିଲେ । ବ୍ୟାପକ ଭଙ୍ଗାରୁଜା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ହଷ୍ଟେଲରେ ରହୁଥିବା ଯୁବତୀଙ୍କ କହିବା ଅନୁସାରେ, କିଛି ଦୁର୍ବୃତ୍ତ ଯୁବତୀଙ୍କୁ କମେଣ୍ଟ ମାରିଲେ ଏହାକୁ ପ୍ରତିବାଦ କରିବାରୁ ହଷ୍ଟେଲ ଭାଙ୍ଗିଲେ । ଲେଡିଜ ହଷ୍ଟେଲ ବେଡ୍‌ ରୁମ୍‌ରେ ପଶି ଅଶ୍ଳୀଳ ଇଙ୍ଗିତ ବି କଲେ । ସ୍ପିଡ ବାଇକରେ ଆସି ରୋଡ଼ ରୋମିଓଙ୍କ ଏଭଳି ଉତ୍ପାତ ଦେଖିବା ଡରିଯାଇଥିଲେ ସମସ୍ତେ । ପୂରା ଘଟଣାରେ ୫ ଜଣ ଦୁର୍ବୃତ୍ତଙ୍କ ସଂପୃକ୍ତି ଥିବା କୁହାଯାଉଛି ।

ତେବେ ଘଟଣା ଜଣାପଡିବା ପରେ ସାଙ୍ଗେ ସାଙ୍ଗେ ପୋଲିସ୍‌ ପହଞ୍ଚିଲା । ହେଲେ କେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି? କାହିଁକି ସେମାନେ ଏମିତି ଘଟଣା ଘଟାଇଲେ? ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନା ବିନା କୌଣସି ଉଦ୍ଦେଶ୍ୟରେ ଏମିତି କାଣ୍ଡ ଭିଆଇଛନ୍ତି ସେନେଇ କିଛି ଜଣାପଡିନାହିଁ । ହେଲେ ପୂରା ଘଟଣାକୁ ନେଇ ଏବେ ପୋଲିସ୍‌ ତଦନ୍ତ କରୁଛି ।