Advertisment

ଫିଲ୍ମ ଷ୍ଟାଇଲରେ କରୁଥିବା କାରନାମାର ଗୁମର ଫିଟାଇଦେଲା ଟ୍ରକ୍ ଡ୍ରାଇଭର

ଗତ ୮ ଦିନ ଭିତରେ ୫ଟି ଚେନ୍, ୩୦ ମୋବାଇଲ ଓ ୪ ବାଇକ୍ ଲୁଟି ପୋଲିସର ନିଦ ହଜାଇ ଦେଇଥିଲେ ଏହି ଲୁଟେରା ଗ୍ୟାଙ୍ଗ।  ଆଉ ଶେଷରେ ପୋଲିସ ହାତରେ ଧରାପଡିଛି ଏହି ଗ୍ୟାଙ୍ଗ।  ଧରା ନପଡିବା ପାଇଁ ଚୋରି କରିଥିବା ଗାଡିକୁ ଲୁଟ୍‌ରେ ବ୍ୟବହାର କରୁଥିଲେ।

ଅଦ୍ୟତନ ହୋଇଛି
ଫିଲ୍ମ ଷ୍ଟାଇଲରେ କରୁଥିବା କାରନାମାର ଗୁମର ଫିଟାଇଦେଲା ଟ୍ରକ୍ ଡ୍ରାଇଭର

ଲୁଟେରା ଗ୍ୟାଙ୍ଗ୍

Advertisment

ଭୁବନେଶ୍ୱର: ପୋଲିସ କବଜାରେ ହାଇେଓ୍ୱ ଲୁଟେରା। ତାମିଲନାଡୁର ଗୋଟିଏ ଟ୍ରକ୍‌କୁ ଫିଲ୍ମ ଷ୍ଟାଇଲରେ ଲୁଟ୍ କରି ଶେଷରେ ପୋଲିସ ହାତରେ ଧରାପଡିଛନ୍ତି।  ନିଜକୁ ସ୍ୱାଡ୍ ବୋଲି ପରିଚୟ ଦେଇ ଖୋର୍ଦ୍ଧା ଆଡୁ ଭୁବନେଶ୍ୱରକୁ ଆସୁଥିବା ତାମିଲନାଡରୁ ଏକ ଟ୍ରକ୍‌କୁ ଖଣ୍ଡଗିରି ନିଟରେ ଅଟକାଇଥିଲେ ଲୁଟେରା।  ଟ୍ରକ୍ ଡ୍ରାଇଭରଠାରୁ ତିନୋଟି ବ୍ୟାଗ ଲୁଟ କରିବା ସହ ସେଥିରେ ଥିବା ୨୬ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ ମାତ୍ର ଟ୍ରକ୍ ଚାଳକ କାରଟିର ନମ୍ବର ମନରଖି ପୋଲିସକୁ ଦେବା ପରେ ଲୁଟେରା ଗ୍ୟାଙ୍ଗ ଧରାପଡିଛି।

Advertisment

ବିଳମ୍ବିତ ରାତିରେ ହାଇେଓ୍ୱରେ ଲୁଟ୍ କରୁଥିବା ଗ୍ୟାଙ୍ଗର ଦୁଇଜଣ ଧରା ପଡିବା ସହ ଲୁଟ୍‌ରେ ବ୍ୟବହୃତ କାର୍ ମଧ୍ୟ ଜବତ ହୋଇଛି। ମାରଣାସ୍ତ୍ର ଆଦି ଜବତ ହୋଇଥିବା ବେଳେ ଲୁଟ୍ ଟଙ୍କାର ପତ୍ତା ପାଉନି ପୋଲିସ।  ଏହି ଗ୍ୟାଙ୍ଗର ଅାଉ ଦୁଇ ଜଣ ସଦସ୍ୟ ଏବେ ବି ଫେରାର ଅଛନ୍ତି।

ସେହିପରି କମିଶନରେଟ ପୋଲିସ କବଜାରେ ୪ ଜଣିଆ ଲୁଟେରା ଗ୍ୟାଙ୍ଗ। ଜେଲ୍‌ରେ ଏକାଠି ହେଲେ। ଆଉ ଜେଲରୁ ବାହାରିବା ପରେ ଏକାଠି ହୋଇ ଲୁଟେରା ଗ୍ୟାଙ୍ଗ୍ ବନାଇଲେ। ଆଉ ତାପରେ ରାଜଧାନୀର ଅଧିକାଂଶ ଥାନା ଅଞ୍ଚଳରେ ଲୁଟ୍ କରି ଚାଲିଲେ। ଗତ ୮ ଦିନ ଭିତରେ ୫ଟି ଚେନ୍, ୩୦ ମୋବାଇଲ ଓ ୪ ବାଇକ୍ ଲୁଟି ପୋଲିସର ନିଦ ହଜାଇ ଦେଇଥିଲେ ଏହି ଲୁଟେରା ଗ୍ୟାଙ୍ଗ।  ଆଉ ଶେଷରେ ପୋଲିସ ହାତରେ ଧରାପଡିଛି ଏହି ଗ୍ୟାଙ୍ଗ।  ଧରା ନପଡିବା ପାଇଁ ଚୋରି କରିଥିବା ଗାଡିକୁ ଲୁଟ୍‌ରେ ବ୍ୟବହାର କରୁଥିଲେ। 

Advertisment

କେହି ଜାଣିବା ପୂର୍ବରୁ ଆଖି ପିଛୁଳାକେ ଆସୁଥିଲେ, କେତେବେଳେ ମୋବାଇଲ ତ ପୁଣି କେତେବେଳେ ଚେନ୍ ଲୁଟ କରି ଘଟଣାସ୍ଥଳରୁ ଚମ୍ଫଟ ମାରୁଥିଲେ। ପରେ ସେସବକୁ ନେଇ ଦୋକାନୀଙ୍କୁ ବିକ୍ରି କରୁଥିଲେ। ଧରାପଡିବା ପରେ ଅଭିଯୁକ୍ତଙ୍କ ଅପରାଧର ଚିଠା ଏବେ ଖୋଲିବାରେ ଲାଗିଛି। ଧରାପଡିଥିବା ଲୁଟେରାଙ୍କ ବିରୋଧରେ ଏକାଧିକ ମାମଲା ରହିଛି। ଏମାନଙ୍କ ନେଟଓ୍ୱର୍କରେ ଆଉ କିଏ ଅଛନ୍ତି, ସେମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଛି। 

Odisha News Bhubaneswar Looted
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ