Miscreants Attacked To Security Guard Of An Auto Showroom In Bhubaneswar
ରାଜଧାନୀ ପାଲଟି ଗଲାଣି କି ଅପରାଧୀଙ୍କ ଚରାଭୂଇଁ ? କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍ପାଟ୍ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ । ଦିନକ ତଳେ ଇନ୍ଫୋସିଟି ଅଞ୍ଚଳରେ ଗୋଟିଏ ଆପାର୍ଟମେଣ୍ଟରେ ଲୁଟପାଟ୍ ହୋଇଥିଲା ।
ଗତ ରାତିରେ ପୁରୀ ବାଇପାସ୍ ରୋଡ୍ରେ ଏକ ଅଟୋ ଶୋ’ ରୁମ୍ରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ଦୁର୍ବୃତ୍ତମାନେ ହାଣିଥିବା ସୂଚନା ମିଳିଛି । ବାଇପାସ୍ ରୋଡ୍ ମଙ୍ଗରାଜ ପଏଣ୍ଟରେ ଥିବା ଏକ ଅଟୋ ଶୋ’ ରୁମ୍ର ସିକ୍ୟୁରିଟି ଗାର୍ଡଙ୍କୁ ଦୁର୍ବୃତ୍ତମାନେ ହାଣିଛନ୍ତି । ଲୁଟ୍ ଉଦ୍ଦେଶ୍ୟରେ ଆସି ବିଫଳ ହେବାରୁ ଆକ୍ରମଣ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ସବୁଦିନ ପରି ଗତକାଲି ରାତିରେ ଡ୍ୟୁଟି କରୁଥିବା ବେଳେ ହଠାତ୍ ୩ ଜଣ ଦୁର୍ବୃତ୍ତ ଆସି ସିକ୍ୟୁରିଟି ଗାର୍ଡଙ୍କୁ ପାଣି ମାଗିଥିଲେ । ଏହାପରେ ଲୁଟ୍ପାଟ୍ ପାଇଁ ଯୋଜନା କରି ବିଫଳ ହେବାରୁ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ । ସିକ୍ୟୁରିଟି ଗାର୍ଡ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ପୋଲିସ ଦୁର୍ବୃତ୍ତଙ୍କ ଟେର୍ ପାଉନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1697604584.jpg)