Advertisment

ଭୁବନେଶ୍ୱରରେ ଆତଙ୍କରାଜ: ଚା’ ପିଉଥିବା ବେଳେ ବିଚ୍‌ ରାସ୍ତାରେ ଗୋଡ଼ାଇ ହାଣିଲେ, ଭୟରେ ସବୁ ଚୁପ୍‌...

ଜଣେ ବ୍ୟକ୍ତିଙ୍କୁ ୫ ଜଣ ଲୋକ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରିଛନ୍ତି। ଲୋକମାନେ ଏହା ଦେଖୁଥିଲେ ମଧ୍ୟ ଭୟରେ ଚୁପ୍‌ ରହିଥିଲେ।

ଅଦ୍ୟତନ ହୋଇଛି
Bhubaneswar Attack News Today

Miscreants attack man in Bhubaneswar

Advertisment

ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍‌ପାଟ୍‌ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ। ଏଭଳି ଅପରାଧିକ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଅପରାଧୀଙ୍କୁ ଚେକ୍‌ମେଟ୍‌ ଦେବାକୁ ପୋଲିସ୍‌ ବିଫଳ। ଏଭଳି ସ୍ଥିତିରେ ଖାଲି ରାଜଧାନୀବାସୀ ନୁହଁନ୍ତ ବରଂ ବାହାରୁ ଏଠାକୁ ଆସୁଥିବା ଲୋକ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି। ଆଜି ସକାଳେ ଭୁବନେଶ୍ୱରରେ ଏମିତି ଏକ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ ୫ ଜଣ ଲୋକ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରିଛନ୍ତି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମେଶ୍ୱର ମନ୍ଦିର ପାଖରେ ଜଣେ ବ୍ୟକ୍ତି ଚା’ ପିଉଥିଲେ। ଏହି ସମୟରେ ୫ ଜଣ ଲୋକ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଅଭିଯୁକ୍ତମାନେ ଗୋଡ଼େଇ ଗୋଡ଼ାଇ ତାଙ୍କୁ ହାଣିଥିଲେ। ଲୋକମାନେ ଏହା ଦେଖୁଥିଲେ ମଧ୍ୟ ଭୟରେ ଚୁପ୍‌ ରହିଥିଲେ। ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଦେହ, ଗୋଡ଼, ପିଠି, ମୁଣ୍ଡରେ ଆଘାତ ଲାଗିଛି। 

ଅଧିକ ପଢ଼ନ୍ତୁ: ୫ ପୋଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ

ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନେ ଫେରାର ଥିବାବେଳେ ସେମାନଙ୍କୁ ଧରିବାକୁ ପୋଲିସ୍‌ ସିସିଟିଭି ଯାଞ୍ଚ କରି ତନାଘନା ଚଳାଇଛି।

Advertisment
Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ