Advertisment

ପୁଅର ପରକୀୟା ପ୍ରୀତି ପାଇଁ ଗଲା ମା’ର ଜୀବନ, ବାପା ଗୁରୁତର

ଜୁନାଡିହି ହତ୍ୟା ଘଟଣାର ଖୋଲିଲା ଗୁମର। ପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ବାପାମା। ସଦର ଥାନା ଜୁନାଡ଼ିହି ଗ୍ରାମରେ ଦମ୍ପତିଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ ହୋଇଛି।

murder in Sundergarh

murder in Sundergarh

Advertisment

ସୁନ୍ଦରଗଡ଼: ଜୁନାଡିହି ହତ୍ୟା ଘଟଣାର ଖୋଲିଲା ଗୁମର। ପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ବାପାମା। ସଦର ଥାନା ଜୁନାଡ଼ିହି ଗ୍ରାମରେ ଗତ ରାତିରେ ହୋଇଥିବା ଦମ୍ପତିଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାସ ହୋଇଛି। ବିଳମ୍ବିତ ରାତିରେ ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଦମ୍ପତିଙ୍କ ପୁଅ ସହ ଗାଁର ଜଣେ ମହିଳାଙ୍କ ଅନୈତିକ ସମ୍ପର୍କ ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ଗତ ରାତିରେ ବାଚି ଓରାମ ଓ ତାଙ୍କ ସ୍ଵାମୀ ମଧୁ ଓରାମ ଘରେ ଖିଆପିଆ ସାରି  ଶୋଇଥିଲେ। ତେବେ ଘରର କବାଟ ଖୋଲାଥିଲା। ଏହି ସମୟରେ  ଗ୍ରାମର ଜଣେ ବ୍ୟକ୍ତି ଅଚାନକ ପଶିଯାଇ  ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା। ଏଥିରେ ବାଚିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କର ସ୍ୱାମୀ  ଗୁରୁତର ହୋଇଛନ୍ତି। ମଧୁଙ୍କୁ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ପଠା ଯାଇଛି । ସେଠାରେ ତାଙ୍କର ଅବସ୍ଥା ଭଲ ନ ଥିବା ଜଣାଯାଇଛି।

Advertisment

 ଏପଟେ ଆକ୍ରମଣ ପରେ ଅଭିଯୁକ୍ତଜଣକ ଘଟଣାସ୍ଥଳରୁ ଫେରାର  ହୋଇଯାଇଥିଲେ। ପୋଲିସ ଏ ଯାଏ ତାଙ୍କର ସନ୍ଧାନ ପାଇପାରିନି ।  ବିଭିନ୍ନ ସ୍ଥାନରେ ପୁଲିସ୍‌ ଚଢ଼ାଉ ଜାରି ରଖିଥିବା ବେଳେ ଖୁବ୍‌  ଶୀଘ୍ର ଅଭିଯୁକ୍ତଙ୍କ ସନ୍ଧାନ ପାଇବା ବୋଲି କହିଛି।

ତେବେ ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ,   ଅନୈତିକ ସମ୍ପର୍କରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ମୃତକଙ୍କ ପୁଅ ସହ ଅଭିଯୁକ୍ତଙ୍କ ପତ୍ନୀଙ୍କର ଦୀର୍ଘ ଦିନ ହେଲା ସମ୍ପର୍କ ରହି ଆସିଥିଲା। ଏହା ଜାଣି ଅଭିଯୁକ୍ତ ସୁଯୋଗ ଅପେକ୍ଷାରେ ଥିଲେ।  ପୂର୍ବ ଯୋଜନା ମୁତାବକ ଗତକାଲି ରାତିରେ ମହିଳାଙ୍କ ସ୍ୱାମୀ ବାଚିଙ୍କ ପୁଅକୁ ମାରିବାକୁ ତାଙ୍କ ଘରେ ପଶିଥିଲେ।  ବେଳେ  ଆକ୍ରମଣ ବେଳେ ପୁଅ ଘରେ ନଥିବାରୁ ବାପାମା ରୋଷର ଶିକାର ହୋଇଥିଲେ। ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଖୋଳତାଡ କରୁଛି। 

Advertisment
Sundergarh Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ