• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ତୁ ମୋର ହେବୁନି ତ, କାହାର ବି ହେବାକୁ ଦେବିନି’। ଏପରି କହି ପ୍ରେମିକାକୁ ଗୁଳି ମାରିଦେଲା ବିବାହିତ ପ୍ରେମିକ । ତିନି ବର୍ଷର ପିଲାର ବାପା ହୋଇଥିଲେ ସୁଦ୍ଧା ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ସ୍ୱପ୍ନ ଦେଖାଉଥିଲା । ହେଲା ସବୁ କଥା ଜଣାପଡ଼ିବା ପରେ ପ୍ରେମିକା ଜଣକ ପ୍ରାୟ ଏକ ସପ୍ତାହ ହେଲା ଅଭିଯୁକ୍ତ ସହିତ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ଏଥିପାଇଁ ରାଗରେ ନିଆଁବାଣ ହୋଇ ଯୁବକ ଜଣକ ଏଭଳି କାଣ୍ଡ ଘଟାଇଛନ୍ତି । ପାଟଣାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ୧୨ ଘଣ୍ଟା ମଧ୍ୟରେ ପିସ୍ତଲ ସହ ଗିରଫ କରିଛି । ପାଟଣାର ଆଲାମଗଞ୍ଜ ଥାନା ଅଞ୍ଚଳରୁ ଏହି ଗିରଫଦାରୀ କରାଯାଇଛି ।

କନକଡ଼ବାଗ (Kankarbagh) ଥାନା ଅନ୍ତର୍ଗତ ଅଶୋକ ନଗରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ଦିନ ଜଣେ ୧୫ ବିର୍ଷିୟା ନାବାଳିକା ଖାଇବା ଆଣିବା ପାଇଁ ଯାଉଥିବା ବେଳେ ୨୦ ରୁ ୨୨ ବର୍ଷ ବୟସର ପ୍ରେମିକ ଅଭିଷେକ ତାଙ୍କୁ ଗୁଳି କରି ହତ୍ୟା କରିଥିଲା । ନାବାଳିକା ପ୍ରେମିକା କଥା ହେବା ବନ୍ଦ କରିଦେବା ପାଇଁ ପ୍ରେମିକ ଏପରି କରିଛି । ତେବେ ସୌଭାଗ୍ୟବଶତଃ ଗୁଳିଟି ନାବାଳିକାର ହାତରେ ବାଜିଥିଲା । ଫଳରେ ଅଳ୍ପକେ ତାଙ୍କର ଜୀବନ ବଞ୍ଚିଯାଇଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି ।

ଅଭିଯୁକ୍ତ ପ୍ରେମିକ ଏକ ବର୍ଷ ପୂର୍ବେ ଫେସବୁକରେ ନାବାଳିକା ପ୍ରେମିକାଙ୍କ ପ୍ରେମରେ ପଡିଥିଲେ । ଝିଅ ଘର ଲୋକ ଏକଥା ଜାଣିବା ପରେ ବିବାହ ପାଇଁ ରାଜି ହୋଇଯାଇଥିଲେ । ହେଲେ କୌଣସି କାରଣରୁ ସନ୍ଦେହ ହେବାରୁ ଖବର ନେବା ପରେ ଜଣାପଡ଼ିଥିଲା ସେ ପୂର୍ବରୁ ବିବାହିତ ଥିଲା ।

ଗିରଫ ଅଭିଯୁକ୍ତ ଅଭିଷେକ କୁମାର ବିବାହିତ ବୋଲି ପୋଲିସ କହିଛି । ସେ ପରିବାର ସହ ରହୁଥିବା ବେଳେ ତାର ଏକ ତିନି ବର୍ଷର ପୁଅ ମଧ୍ୟ ଅଛି । ହେଲେ ବିବାହ ପରେ ବି ଅନ୍ୟ ଜଣକ ସହ ପ୍ରେମସମ୍ପର୍କ ଗଢ଼ି ଉଠିଥିବା କଥା ଜାଣି ନଥିଲେ ପରିବାର ଲୋକ । ବର୍ତ୍ତମାନ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ଜେଲକୁ ପଠାଇ ଦେଇଛି ।