Advertisment

ବିଶ୍ୱାସରେ ବିଷ ଦେଲା ସାଙ୍ଗ: ରୁମ୍‌କୁ ଡାକିକି ନେଲେ, ଡ୍ରିଙ୍କସ୍‌ରେ ନିଶା ଦେଇ ଗଣଦୁଷ୍କର୍ମ କଲେ!

୧୬ ବର୍ଷର ଯୁବତୀଙ୍କୁ ଡ୍ରିଙ୍କସ୍‌ରେ ନିଶାଦ୍ରବ୍ୟ ମିଶାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
 Hyderabad Girl Gang Raped

Minor girl gangraped by 6 men in Hyderabad

Advertisment

ସାଙ୍ଗ ସାଜିଲା ସଇତାନ। ଯେଉଁ ସାଙ୍ଗକୁ ବିଶ୍ୱାସ କରିଥିଲେ, ସେ ଦିନେ ବିଶ୍ୱାସରେ ବିଷ ଦେଇ ବିଶ୍ୱାସଘାତକ କରିବ ବୋଲି କେବେ ଭାବିନଥିଲେ। ୧୬ ବର୍ଷର ଯୁବତୀଙ୍କୁ ଡ୍ରିଙ୍କସ୍‌ରେ ନିଶାଦ୍ରବ୍ୟ ମିଶାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ଫେବୃଆରୀ ୪ ତାରିଖରେ ହାଇଦ୍ରାବାଦରେ ଏହି ଘଟଣା ଘଟିଛି।

Advertisment

ଅଧିକ ପଢ଼ନ୍ତୁ: ଭାଇ ସହ ଯାଉଥିଲେ, ଉଠାଇ ନେଇ ଗଣଦୁଷ୍କର୍ମ ! ଡାକ୍ତରୀ ମାଇନା ପାଇଁ ବାରଦ୍ୱାର ହେଲେ ପୀଡ଼ିତା...

୬ ଜଣ ବ୍ୟକ୍ତି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ବେଳେ ଏହା ପଛରେ ନାବାଳିକାଙ୍କ ଜଣେ ସାଙ୍ଗର ହାତ ରହିଛି। କାରଣ ସେ ହିଁ ନାବାଳିକାଙ୍କୁ ରୁମ୍‌କୁ ନେଇ ଯାଇଥିଲେ। ଯେଉଁଠାରେ ୬ ଜଣ ବ୍ୟକ୍ତି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଗତ ଶନିବାର ଦିନ ଚତ୍ରିନାକା ଥାନା ଅଞ୍ଚଳରେ ଘଟଣା ଘଟିଥିବା ବେଳେ ବୁଧବାର ଦିନ ଏହା ସାମ୍ନାକୁ ଆସିଥିଲା। 

Advertisment

ଫାଲକନୁମା ଏସିପିଙ୍କ ସୂଚନା ଅନୁସାରେ, ସମ୍ପୃକ୍ତ ନାବାଳିକାଙ୍କୁ ତାଙ୍କର ଜଣେ ସାଙ୍ଗ ରୁମ୍‌କୁ ନେଇଥିଲେ। ସେଠାରେ ଡ୍ରିଙ୍କସ୍‌ରେ ନିଶାଦ୍ରବ୍ୟ ମିଶାଇ ୬ ଜଣ ବ୍ୟକ୍ତି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପୋଲିସ୍‌ ମାମଲା ରୁଜୁ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠା ଯାଇଛି। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Minor Girl Gang Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ