• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବନ୍ଦ ଘରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ । ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ପରେ ତନାଘନା ତଦନ୍ତ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିର ଏକ ଘର ଭିତରୁ ଉଦ୍ଧାର ହୋଇଛି ମୃତଦେହ । ଘର ବାହାରେ ତାଲା ପଡ଼ିଛି । ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ବଢ଼ିଲା ହତ୍ୟା ସନ୍ଦେହ ।

ମୃତ ନାବାଳିକାଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ । ନାବାଳିକା ଜଣଙ୍କ ଶ୍ରୀରାମ ନଗର ବସ୍ତିର ଜଣେ ମହିଳାଙ୍କ ଘରେ ରହୁଥିଲେ । ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ମହିଳା ଅଭିଯୋଗ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି, ନାବାଳିକା ଜଣେ ପୁଅକୁ ଭଲ ପାଉଥିଲେ । ତାଙ୍କୁ ଘରେ ତାଲା ପକାଇ ରଖିବାରୁ ଆତ୍ମହତ୍ୟା କରିଛନ୍ତି । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଅଧିକ ଖୋଳତାଡ କରୁଛି ମଞ୍ଚେଶ୍ୱର ଥାନା ପୋଲିସ । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ଗତ କିଛିଦିନ ତଳେ ରାଜଧାନୀରେ ପ୍ରଫେସର ପୁଅର ହତ୍ୟା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।

ପୁଅ ଉଚ୍ଚଶିକ୍ଷିତ ଆଉ ସମାଜରେ ପ୍ରତିଷ୍ଠିତ ଥିଲା । ବାପା ନବରତ୍ନ କମ୍ପାନୀରୁ ବଡ଼ ଅଫିସର ପଦବୀରୁ ଅବସରପ୍ରାପ୍ତ । ଟଙ୍କା ପଇସା କି ଘରବାଡ଼ିର ଅଭାବ ନାହିଁ । ତଥାପି କେଉଁ ପରିସ୍ଥିତିରେ ଜଣେ ବୃଦ୍ଧ ବାପାଙ୍କ ଆଶାବାଡ଼ି ହେବା ବଦଳରେ ପିତୃହନ୍ତା ସାଜି ପାରିଲା ପ୍ରଫେସର ପୁଅ ।

ତେବେ ଏହି କେସ୍‌କୁ ନେଇ ଭୁବନେଶ୍ୱର ଡିସିପି କହିଛନ୍ତି, ବ୍ୟାଙ୍କରୁ ପର୍ସନାଲ ଲୋନ୍ ଆଣି ଅତ୍ୟଧିକ ଋଣ ଚାପରେ ରହୁଥିଲେ ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀ । ସେହିଭଳି ସେ ଚାକିରି କରୁଥିବା ଘରୋଇ କଲେଜ ପକ୍ଷରୁ ମଧ୍ୟ ତାଙ୍କ ଉପରେ ଚାପ ଥିବା କଥା ସାମ୍ନାକୁ ଆସିଛି ।

ଅନିରୁଦ୍ଧ ବିଦେଶରେ LLM ଡିଗ୍ରୀ କରିଥିଲେ ବି, କଲେଜ କର୍ତ୍ତୃପକ୍ଷଙ୍କୁ ଉଚିତ ସମୟ ଭିତରେ ସାର୍ଟିଫିକେଟ୍ ଦାଖଲ କରିପାରୁନଥିଲେ । ଏଥିପାଇଁ ବି ସେ ବିଚଳିତ ରହୁଥିଲେ । ଏପରିକି ଘଟଣାର ଦୁଇ ଦିନ ପୂର୍ବରୁ ସେ ଚାକିରିରୁ ଇସ୍ତଫା ଦେଇଥିବା କଥା ବି ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡିସିପି ।

OTV is now on Whatsapp

Join and get latest news update delivered to you via whatsapp

Join Now