Advertisment

ନବମ ଶ୍ରେଣୀ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ ! ବିଷ ପିଇ ଅଭିଯୁକ୍ତ ଗୁରୁତର

ଚିତ୍କାର ଶୁଣି ଦୟାନିଧିର ପତ୍ନୀ ପାଇଖାନା କବାଟ ଖୋଲିଥିଲେ। ସେତେବେଳକୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ୧୪ ବର୍ଷର ଜ୍ୟୋତ୍ସ୍ନା।

Minor girl burnt alive

Minor girl burnt alive

Advertisment

ନବମ ଶ୍ରେଣୀ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେଲେ। ବାଲେଶ୍ୱର ଖଇରା ଅଂଚଳରୁ ଆସିଛି। ଏଭଳି ସଙ୍ଗୀନ ଅଭିଯୋଗ ଜଣେ ବିବାହିତ ଯୁବକ ନାବାଳିକା ଛାତ୍ରୀଙ୍କୁ କିରୋସିନ ଢାଳି ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଘଟଣା ପରେ ସଂପୃକ୍ତ ଯୁବକ ବିଷ ପିଇ ଗୁରୁତର ହୋଇପଡିଛି।ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର  ତନାଘନା ଚଲାଇଛି।

Advertisment

ଚାରିଆଡେ କାନ୍ଦ ବୋବାଳି। ମାଆର ବୁକୁଫଟା ଚିତ୍କାର। କୋହ ସମ୍ଭାଳି ପାରୁନାହାଁନ୍ତି ଜେଜେ। ଜିଅନ୍ତା ଜଳିଯାଇଛି ଅଲିଅଳି ନାତୁଣୀ ଜ୍ୟୋତ୍ସ୍ନାରାଣୀ ହେଲେ ଅଭିଯୋଗ ହୋଇଛି, ଜ୍ୟୋତ୍ସା ଜଳିନି ବରଂ ତାକୁ ଜୀଅନ୍ତା ଜାଳି ଦିଆଯାଇଛି, ଛଟପଟ କରି ବୀଭତ୍ସ ହତ୍ୟା କରାଯାଇଛି। ଜଣେ ଯୁବକ ତାଙ୍କୁ ପୋଡ଼ିଦେଇଥିବା ନେଇ ଅଭିଯୋଗ ଆସିଛି। ତା ନାଁ ଦୟାନିଧି ଜେନା। ଗାଁ ଲୋକ ତାକୁ କାବୁ କରି ନିର୍ଧୁମ ଛେଚିଛନ୍ତି। ପରେ ପୋଲିସ ଜିମା ଦେଇଛନ୍ତି।

ବାଲେଶ୍ୱର ଖଇରା ଥାନା ବାରିଙ୍ଗିଆ ଗାଁ ଅଭିଯୁକ୍ତ କୁହାଯାଉଥିବା ଦୟାନିଧି ଘରକୁ ଟ୍ୟୁସନ ଯାଉଥିଲେ ନବମ ଶ୍ରେଣୀରେ ପଢୁଥିବା ଜ୍ୟେତ୍ସାରାଣୀ। ହେଲେ କିଛି ଦିନ ହେବ ଦୟାନିଧିର ଆଚରଣ ଉପରେ ସନ୍ଦେହ କରି ପରିବାର ଜ୍ୟୋତ୍ସ୍ନାଙ୍କୁ ଆଉ ଟ୍ୟୁସନ ପଠାଉନଥିଲେ। ପରିବାରର ଅଭିଯୋଗ ଅନୁସାରେ, ଆଜି ଜ୍ୟୋତ୍ସ୍ନା ପେନସିଲ କିଣିବାକୁ ଦୋକାନକୁ ଯିବା ବେଳେ ଦୟାନିଧି ତାକୁ ଘର ପାଖ ଏକ ପାଇଖାନାକୁ ଟାଣି ନେଇଥିଲା। ପରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲା। ଚିତ୍କାର ଶୁଣି ଦୟାନିଧିର ପତ୍ନୀ ପାଇଖାନା କବାଟ ଖୋଲିଥିଲେ। ସେତେବେଳକୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ୧୪ ବର୍ଷର ଜ୍ୟୋତ୍ସ୍ନା। ପାଖରେ ଥିଲେ ସ୍ବାମୀ ଦୟାନିଧି।

Advertisment

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗାଁଲୋକ ଅଟକ ରଖିଥିବା ଦୟାନିଧିକୁ ଗିରଫ କରିଛି। ପୋଲିସର ସୂଚନା ଅନୁସାରେ ବିଷ ପିଇ ଗୁରୁତର ହୋଇପଡିଛି ଦୟାନିଧି। ତାକୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଜାରି ରଖିଛି ପୋଲିସ।

ରିପୋର୍ଟ: ନିରଞ୍ଜନ ବେହେରା

Odisha Balasore Minor Girl Burnt Alive
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ