Advertisment

ଅପହରଣ ସିନ୍‌ କହି ଯୁବତୀଙ୍କ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ !

ଯେଉଁ ଘରେ ଏହି କାଣ୍ଡ ଘଟିଛି ପହଞ୍ଚିଲା ଛାନ୍‌ଭିନ୍‌ ପୋଲିସ

Rape Allegation

Rape Allegation

Advertisment

ଆଲବମ ଅଭିନେତ୍ରୀ କରାଇଦେବାକୁ କହି ଦୁଷ୍କର୍ମ ଅଭିଯୋଗ। ଭରତପୁରରେ ଏକ ଘରେ ସୁଟିଂ ପ୍ରଥମ ପର୍ଯ୍ୟାୟରେ ରାତିରେ ଅପହରଣ ସିନ ନାଁରେ ହାତ ଗୋଡ ବାନ୍ଧି ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି ଜଣେ ଅଭିନେତ୍ରୀ। ବହୁ ଚର୍ଚ୍ଚିତ ସୌମ୍ୟ ଓ ସୋନାଲି ଦାମ୍ପତ୍ୟ କଳହକୁ ନେଇ ର୍ନିମାଣ ହେବ ଆଲବମ। ଯେଉଁଥିରେ ସୋନାଲି ଭୂମିକାରେ ଅଭିନୟ କରିଥାନ୍ତେ ପୀଡ଼ିତା। ହେଲେ ଅଭିନୟ ବଦଳରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ପୀଡିତା ଓ ତାଙ୍କ ପରିବାର ପକ୍ଷରୁ ଭରତପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। 

Advertisment

ଅଭିନୟର ସୁଯୋଗ ଆଶାରେ ବିଭିନ୍ନ ପ୍ରାନ୍ତରୁ ଯୁବପିଢିମାନେ ରାଜଧାନୀକୁ ଆସୁଛନ୍ତି। ସେମିତି ଜଣେ ନାବାଳିକା ସାଇଡ୍‌ ଡ୍ୟାନ୍ସର ଭାବେ ଭୁବନେଶ୍ୱର ଆସିଥିଲେ। କିନ୍ତୁ ତାଙ୍କୁ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ପାଇଁ ଲୋଭ ଦେଖାଇଥିଲେ। ଏଥିରେ ଯୁବତୀ ଜଣକ ରାଜି ହୋଇଥିଲେ। ଏପରିକି ପ୍ରଥମ ପର୍ଯ୍ୟାୟ ସୁଟିଂ ମଧ୍ୟ ହୋଇଥିଲା। 

କିନ୍ତୁ ଗତକାଲି ରାତିରେ ଅପହରଣ ସିନ୍‌ କହି ଯୁବତୀଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ତାପରେ ଅଭିନେତା ଜଣକ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ସମ୍ପୃକ୍ତ ଅଭିନେତାଙ୍କ ନାଁରେ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ପୀଡିତାଙ୍କ ପରିବାର। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଯେଉଁ ଘରେ ଏହି କାଣ୍ଡ ଘଟିଛି ପୋଲିସ ପହଞ୍ଚି ଛାନ୍‌ଭିନ୍‌ କରିଛି। ତେବେ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ତେବେ ସୂରଜ ବିଶ୍ୱାଳ ନାମକ ଅଭିନେତା ଦୁଷ୍କର୍ମ କରିଥାବା ନେଇ ସେ ଅଭିଯୋଗ କରିଛନ୍ତି। 

Advertisment
Actor Rape Allegation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ