Advertisment

ବେଙ୍ଗାଲୁରୁରେ ଓଡ଼ିଆ ନାବାଳିକାଙ୍କୁ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ

ଜଗତସିଂହପୁର ବଡ଼ବାଗ ଅଞ୍ଚଳର ସସ୍ମିତା ବେହେରାଙ୍କ ଝିଅ ଖୁସିକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Murder in Banglore

Murder in Banglore

Advertisment

ବେଙ୍ଗାଲୁରୁରେ ଓଡ଼ିଆ ନାବାଳିକାକୁ ହତ୍ୟା ଅଭିଯୋଗ। ଜଗତସିଂହପୁର ବଡ଼ବାଗ ଅଞ୍ଚଳର ସସ୍ମିତା ବେହେରାଙ୍କ ଝିଅ ଖୁସିକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ସସ୍ମିତା ବେହେରା ୧୪ ବର୍ଷ ପୂର୍ବେ ନୟାଗଡ଼ ଦଶପଲ୍ଲା ଅଞ୍ଚଳରେ ବିବାହ କରିଥିଲା। ତେବେ ଦୁଇ ବର୍ଷ ପୂର୍ବେ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଝିଅ ଖୁସି ଓ କୁନି ପୁଅ ସହ ଆସି ବାପାଘରେ ରହୁଥିଲେ। ପରେ ସେ ଭଦ୍ରକର ଜଣେ ଯୁବକଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

Advertisment

ବିବାହ ପରେ ସପରିବାର ବେଙ୍ଗାଲୁରୁ ପଳାଇବା ସହ ସେଠାରେ ଉଭୟ ସସ୍ମିତା ଓ ତାଙ୍କ ସ୍ୱାମୀ ଏକ ଘରୋଇ କଂପାନିରେ କାମ କରୁଥିଲେ। ତେବେ କିଏ ଏବଂ କଣ ପାଇଁ ତାଙ୍କ ଝିଅକୁ ହତ୍ୟା କଲା ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି।

Jagatsinghpur India News Banglore Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ