Advertisment

ନବ ଦାସ ହତ୍ୟାକାଣ୍ଡ: ଅଭିଯୁକ୍ତ ଗୋପାଳର ସରିଲା ଟେଷ୍ଟ, ଗଲା ଜେଲ୍‌...

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସକୁ କୋର୍ଟରେ ହାଜର ପରେ ଜେଲ୍‌ ପଠାଯାଇଛି। ଗୋପାଳ ଦାସର ଆଜି ରିମାଣ୍ଡ ସରିବା ପରେ JMFC କୋର୍ଟରେ  କ୍ରାଇମବ୍ରାଞ୍ଚ ହାଜର କରିଥିଲା।

ଅଦ୍ୟତନ ହୋଇଛି
Minister Naba Das Murder Accused Gopal Das Sent To Jail

Minister Naba Das murder accused Gopal Das sent to jail

Advertisment

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସକୁ କୋର୍ଟରେ ହାଜର ପରେ ଜେଲ୍‌ ପଠାଯାଇଛି। ଝାରସୁଗୁଡା ଉପକାରାଗାରକୁ ଗୋପାଳକୁ ପଠା ଯାଇଛି। ଆଜି ଗୋପାଳକୁ JMFC କୋର୍ଟରେ ହାଜର ପରେ ଜେଲ୍‌ ପଠା ଯାଇଛି। 

Advertisment

ସୂଚନାଥାଉ କି, ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଆଜି ରିମାଣ୍ଡ ସରିବା ପରେ JMFC କୋର୍ଟରେ  କ୍ରାଇମବ୍ରାଞ୍ଚ ହାଜର କରିଥିଲା। ଗୋପାଳର ୩  ପର୍ଯ୍ୟାୟ ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର କରାଯାଇଥିଲା। ଝାରସୁଗୁଡା ଦ୍ୱିତୀୟ ବାଟାଲିୟନରୁ କଡ଼ା ସୁରକ୍ଷାରେ ତାକୁ ଅଣାଯାଇଥିଲା। ଏହା ପୂର୍ବରୁ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳକୁ ଗାନ୍ଧୀନଗରରୁ ଆଣି ଝାରସୁଗୁଡାରେ ପହଞ୍ଚିଥିଲା ଟିମ୍।

ଅଧିକ ପଢ଼ନ୍ତୁ: ରାଗରୁ ନା ରୋଗରୁ ? କେଉଁ କାରଣରୁ ନବଙ୍କୁ ଗୁଳି କଲା ଗୋପାଳ ? ଏଯାଏଁ ରହିଛି ସସ୍‌ପେନ୍ସ...

Advertisment

ଗାନ୍ଧୀନଗରରୁ ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ସଡ଼କ ପଥରେ ଝାରସୁଗୁଡ଼ା ଅଣାଯାଇଥିଲା। ତାଳପଟିଆ ସ୍ଥିତ ଏୟାରପୋର୍ଟ ଥାନାରେ ଗୋପାଳକୁ ରଖାଯାଇଥିଲା। ପରେ ପରେ ତାକୁ ଦ୍ୱିତୀୟ ବାଟାଲିୟନକୁ ନେଇ ପଚରାଉଚରା କରାଯାଇଥିବା ସୂଚନା ମିଳିଥିଲା। ଗୁଜରାଟର ଗାନ୍ଧୀନଗରରେ ଗୋପାଳର ପ୍ରଥମେ ପଲିଗ୍ରାଫ୍ ଓ ପରେ ନାର୍କୋ ଟେଷ୍ଟ ହୋଇଥିଲା।

ତେବେ ନାର୍କୋଟେଷ୍ଟରୁ କି ନିର୍ଯାସ ବାହାରିଛି ? ପଲିଗ୍ରାଫ୍ ଟେଷ୍ଟରେ ସତ କହିଛି ତ ଗୋପାଳ ? ଏସବୁ ତଥ୍ୟକୁ ଗୋପନ ରଖିଛି ତଦନ୍ତକାରୀ ସଂସ୍ଥା। ଝାରସୁଗୁଡ଼ାରେ ହୋଇଥିବା LVA ଏବଂ ସାଇକୋଲଜିକାଲ ଟେଷ୍ଟ ରିପୋର୍ଟରେ ଗୋପାଳର ଆଚରଣ ଓ ମାନସିକ ସ୍ଥିତି ସମ୍ପର୍କରେ କ’ଣ ଦର୍ଶାଯାଇଛି, ସେହି ତଥ୍ୟକୁ ବି ଗୁପ୍ତ ରଖାଯାଇଛି।  

Advertisment
Naba Das Minister Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ