Advertisment

Midnight Robbery: ବିଳମ୍ବିତ ରାତିରେ ଲୁଟେରାଙ୍କ ଆତଙ୍କରାଜ; NHରେ ହାଣିଲେ, ଲୁଟିଲେ...

ପଥଚାରୀଙ୍କୁ ହାଣି ଲୁଟିଲେ ଟଙ୍କା ଓ ମୋବାଇଲ୍ ଫୋନ୍। ଜଳେଶ୍ବର ଥାନା 16 ନମ୍ବର ଜାତୀୟ ରାଜପଥ ଜମାଳପୁର ଛକ ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଲୁଟେରା ଦଳ।

Midnight robbery on NH-16

Midnight robbery on NH-16

Advertisment

ବାଲେଶ୍ବର ଜିଲ୍ଲା ଜଳେଶ୍ୱରରେ ଜାତୀୟ ରାଜପଥ ଉପରେ ରାତି ଅଧରେ ଲୁଟେରାଙ୍କ ଆତଙ୍କରାଜ। ପଥଚାରୀଙ୍କୁ ହାଣି ଲୁଟିଲେ ଟଙ୍କା ଓ ମୋବାଇଲ୍ ଫୋନ୍। ଜଳେଶ୍ବର ଥାନା 16 ନମ୍ବର ଜାତୀୟ ରାଜପଥ ଜମାଳପୁର ଛକ ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଲୁଟେରା ଦଳ।

Advertisment

ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ମୋଟର ସାଇକେଲ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ରାସ୍ତାରେ ଅଟକାଇ ଭୁଜାଲିରେ ଆକ୍ରମଣ କରିଥିଲେ। ପରେ ତାଙ୍କଠୁ ଟଙ୍କା ଓ ମୋବଇଲ ଫୋନ୍ ଲୁଟି ନେଇଥିଲେ। ପରେ ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଆହତ ଯୁବକ ସ୍ଥାନୀୟ ବାଣିଦା ଗାଁର ଅରୁଣ ମହାନ୍ତି। ସେ ଏକ ହୋଟେଲ ରେ କାମ କରନ୍ତି। ଗତକାଲି ରାତିରେ ହୋଟେଲରୁ କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଛି। ତାଙ୍କ ଦୁଇ ହାତ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ କରୁଛି। ହେଲେ ଲୁଟେରାଙ୍କ ସଂପର୍କରେ ଏ ପର୍ଯ୍ୟନ୍ତ କୌଣସି ଟେର୍ ପାଇନି।

Robbery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ