• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲାଙ୍ଗୀର( ମନୋରଞ୍ଜନ ଯୋଶୀ, ଅନ୍ତିମ ପାଣିଗ୍ରାହୀ) : ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଳା । ଦାନା ପାଇଁ ଦାଦନ ଯାଆନ୍ତି ଲୋକେ । କାମଧନ୍ଧା ଅଭାବରୁ ଭୋକିଲା ପେଟର ମୂଲଚାଲ ଏଠି ପୁରୁଣା ବେପାର । ତେଣୁ ପ୍ରତିବର୍ଷ ଦାଦନ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି । କିନ୍ତୁ କାର୍ଯ୍ୟକାରୀ ହେବା ଆଗରୁ ଟଙ୍କା ହଡପ ପାଇଁ ଏଠି ନେତା ଅଧିକାରୀଙ୍କ ମଧୁଚନ୍ଦ୍ରିକା ହେଉଛି । ବଲାଙ୍ଗିର ଜିଲ୍ଲାରେ ଦାଦାନ ଚାଲାଣ ରୋକିବା ପାଇଁ କୋଟି କୋଟି ଟଙ୍କାର ମନରେଗା କାମ ହେଉଛି ।

କିନ୍ତୁ ବେଆଇନ ଭାବେ ମନରେଗାରେ ଠିକାଦାର ମାନେ କାମ କରି ନକଲି ଶ୍ରମିକଙ୍କ ନାଁରେ ହଡପ କରୁଛନ୍ତି । ଖୋଦ ସରପଞ୍ଚ , ଯନ୍ତ୍ରୀ ଓ ଠିକାଦାର ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ହୋଇଛି । ଷ୍ଟିଙ୍ଗ ଅପରେସନରେ ଧରା ପଡିଛି ଏଭଳି ସାଂଘାତିକ ମହାଦୁର୍ନୀତି । ଜଣେ ଜମି ଠିକାଦାର ଷ୍ଟିଙ୍ଗ ଅପରେସନ କରି ଏସବୁର ପର୍ଦ୍ଦାଫାସ କରିଛନ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକ ଠେମରା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଲକ୍ଷ୍ମିକାନ୍ତ ବାଗ ଜମି ଠିକାଦାରଙ୍କ ଠାରୁ ପି.ସି ଟଙ୍କା ନେଉଥିବା ବେଳେ ଷ୍ଟିଙ୍ଗ ଅପରେସନରେ ଧରାପଡିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ହରଡଘଣାରେ ସରପଞ୍ଚଙ୍କ ସ୍ୱାମୀ, ଆଉ ସନ୍ଦେହ ଘେରରେ ଯନ୍ତ୍ରୀ ।

ଦେଖନ୍ତୁ ଏହି ଭିଡିଓକୁ ଭିଡିଓରେ ଧଳା ଗଞ୍ଜି ଓ କଳାପ୍ୟାଣ୍ଟ ପିନ୍ଧି ହାତରେ ମୋବାଇଲ ଧରିଥିବା ଏହି ବାବୁ ଜଣକ ହେଉଛନ୍ତି ଲକ୍ଷ୍ମୀକାନ୍ତ ବାଗ । ବଲାଙ୍ଗିର ଜିଲ୍ଳା ବଂଗୋମୁଣ୍ଡା ବ୍ଳକ ଠେମରା ପଂଚାୟତର ସରପଂଚ ଲୀଳାବତୀ ବାଗଙ୍କ ସ୍ୱାମୀ । କାହାକୁ କେତେ ଦିଆଯିବ । ମନରେରେଗା କାମରେ ଜେଇ ବାବୁଙ୍କୁ କୋଡିଏ ହଜାର । ଗାଁସାଥିଙ୍କ ଉଚ୍ଚା ରେଟ ପଚାଶ ହଜାର, କାରଣ ଗାଁ ସାଥି ଲକ୍ଷ୍ମୀକାନ୍ତଙ୍କ ଭାଇବୋହୂ । ସବୁ ପ୍ରକାର ହିସାବକିତାବ କରି ଖାତା ଯାଞ୍ଚ କଲାପରେ ୩୦ ହଜାର ଟଙ୍କା ନେଉଛନ୍ତି ସରପଞ୍ଚଙ୍କ ସ୍ୱାମୀ ଲକ୍ଷ୍ମୀକାନ୍ତ । ଅବଶ୍ୟ ଜେଇଙ୍କ ପାଇଁ ବି ଆଉ ଦଶ ହଜାର ଦେବାକୁ ତାଗିଦ କରୁଛନ୍ତି । କିନ୍ତୁ ବାରମ୍ବାର ଲକ୍ଷ୍ମୀକାନ୍ତ ଓ ବ୍ଳକ ଜେଇ ଟଙ୍କା ଡିମାଣ୍ଡ କରୁଥିବାରୁ ଏଥର ଭିଡିଓ କରି ଭାଇରାଲ କରଦେଲେ ଦୁଷ୍ମନ୍ତ ।

ବଂଗୋମୁଣ୍ଡା ଠେମରା ପଂଚାୟତର ମଲକାସଡା ଗାଁ ଗାଁରେ ଲାଗିଚି ଫଳକ । ଫଳକରେ ସ୍ପଷ୍ଟ ଶ୍ରମିକ ମାନଙ୍କ ଦ୍ୱାରା ଦଶ ଲକ୍ଷ ଟଙ୍କାର କାମ କରାଯାଇଛି । ହେଲେ କାମ କେବେ ଆରମ୍ଭ ହେଲା ...? କେବେ ଶେଷ ହେଲା...? କେତେ ଶ୍ରମିକ ଲାଗିଥିଲେ ? କେତେ ଶ୍ରମ ଦିବସ ସୃଷ୍ଟି ହେଲା...? କୌଣସି ହିସାକ ନାହିଁ । କେମିତି ବି ହେବ ! କାରଣ କାମ ପଂଚାୟତର କମ୍ୟୁନିଟି ମୋବିଲାଇଜର ଦୁଷ୍ମନ୍ତ ସାହୁଙ୍କୁ ଠିକାରେ ଦେଇଥିଲେ ସରପଂଚ ।

ଆଉ ଶ୍ରମିକଙ୍କୁ ସାତ ଦିନ କାମରେ ଲଗାଯାଇଥିବା ବେଲେ ୧୫ ଦିନର ପାଉଣା ଦିଆଯାଇଥିଲା । ସେପଟେ ସାତ ଦିନର ପେମେଣ୍ଟ ଶ୍ରମିକ ମାନଙ୍କ ଠାରୁ ଦୁଷ୍ମନ୍ତ ସାହୁ ନେଇ ଯାଇଥିଲେ । ଏପରି କିଛି ଶ୍ରମିକଙ୍କ ନାଁରେ ଜବକାର୍ଡ କରାଯାଇ, ତାଙ୍କ ନାଁରେ ଟଙ୍କା ଉଠାଯାଇଛି । ଆଉ ସେହି ଶ୍ରମିକଙ୍କର ଏବେ ଖୋଜଖବର ନାହିଁ । ଯେତେତେଣେ ସାଇନବୋର୍ଡ ମାରି ଟଙ୍କା ଉଠାଇ, ଭାଗବଣ୍ଟା କରିଦେଉଛନ୍ତି ନିର୍ବାଚିତ ପ୍ରତିନିଧି, ବ୍ଳକ କର୍ମଚାରୀ ଓ ଅଧିକାରୀ । ଏପରିସ୍ଥଳରେ ଦାଦନ ଶ୍ରମିକ ସଂଖ୍ୟା ବଢ଼ିବନି ତ ଆଉ କ’ଣ ହେବ ?

OTV is now on Whatsapp

Join and get latest news update delivered to you via whatsapp

Join Now