Astrospeak
  • Live TV
  • Read In English

ସରିଜ୍‌ ଗହଣା ଦୋକାନ ଲୁଟ୍‌ ପଛର ମାଷ୍ଟର ମାଇଣ୍ଡ ମହିଳା ଗିରଫ

ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଟାର୍ଗେଟ ସହ ବେଗୁନିଆ ଏବଂ ନୟାଗଡ଼ରେ ଗହଣା ଦୋକାନ ଲୁଟ ପଛର ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡିଛି ।

Lootera
Lootera

ସାମନାକୁ ଆସିିଲା ଜୁଏଲ ଥିପ୍ ଗ୍ୟଙ୍ଗ୍‌ । ଗ୍ୟାଙ୍ଗକୁ ଅପରେଟ କରୁଥିଲେ ମହିଳା । ରାଜଧାନୀରୁ ରଣପୁର ଯାଏ ଲମ୍ବିଛି ଗହଣା ଲୁଟର କାରନାମା । ମାର୍ଚ ୧୬ ଖୋର୍ଦ୍ଧା ଜାଆଁଳାରେ ବନ୍ଧୁକ ମୁନରେ ଫାୟାରିଂ କରି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟ । ଏପ୍ରିଲ ୪, ଭୁବନେଶ୍ୱର ଶତାଦ୍ଦୀନଗରରୁ ସମାନ ଢଙ୍ଗରେ ଗହଣା ବ୍ୟବସାୟୀଙ୍କ ଠାରୁ ୬ଲକ୍ଷ ଟଙ୍କାର ଲୁଟ । ମେ ୩, ସମନ୍ତରାପୁରରେ ଜିରୋ ରେଞ୍ଜରୁ ଫାୟାରିଂ କରି ଲୁଟ ଉଦ୍ୟମ ।

ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଟାର୍ଗେଟ ସହ ବେଗୁନିଆ ଏବଂ ନୟାଗଡ଼ରେ ଗହଣା ଦୋକାନ ଲୁଟ ପଛର ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡିଛି । ଅପରେସନ ହଟ ପରସୁଟ୍‌ରେ ଆନ୍ତଜିଲ୍ଲା ଗ୍ୟାଙ୍ଗର ୭ ଜଣିଆ ସଦସ୍ୟ ଧରାପଡିବା ପରେ ସେମାନଙ୍କ କଳାକରନାମାର ଚିଠା ସାମନାକୁ ଆସିଛି । ୫ଟି ଗହଣା ଲୁଟ ସହ ଚେନ୍‌ ସ୍ନାଚିଂ, ମୋବାଇଲ ସ୍ନାଚିଂ ଭଳି ୨୨ଟି ମାମଲାରେ ଏହି ଗ୍ୟାଙ୍ଗର ସଂପୃକ୍ତି ରହିଛି । ସେମାନଙ୍କଠାରୁ ୧୪ଟି ଚେନ୍‌, ୧୬ଟି ମୁଦି, ୨ କେଜି ୩୦୦ ଗ୍ରାମର ରୁପା ଅଲଙ୍କାର, ଲୁଟରେ ବ୍ୟବହୃତ ବାଇକ ଓ ମାରଣାସ୍ତ୍ର ଜବତ ହୋଇଛି । ତଦନ୍ତ ପରେ ଏମାନେ ଏନକାଉଣ୍ଟରରେ ଆହତ ହୋଇଥିବା ଚକରା ଗ୍ୟାଙ୍ଗର ସଦସ୍ୟ ଥିବା ସୁରାଗ ମିଳିଛି ।

ଖୋଲତାଡ଼ରୁ ଜଣାପଡିଛି ଗିରଫ ୫୦ ବର୍ଷୀୟ ଜ୍ୟୋସ୍ନା ମହାପାତ୍ର ହେଉଛନ୍ତି ଏହି ଗ୍ୟାଙ୍ଗର ପୃଷ୍ଟପୋଷକ । ଲୁଟ ସାମଗ୍ରୀକୁ ଲୁଚାଇ ରଖିବା ସହ ସେଗୁଡିକୁ ବିକ୍ରି କରୁଥିଲେ । ଯୁନିଟ ୬ ପିଚୁକୁଲିଆ ବସ୍ତିରେ ରହି ସେ ଲୁଟ୍ ଅପରେଟ କରୁଥିଲେ । ସେପଟେ ଗ୍ୟାଙ୍ଗର ଅନ୍ୟ ଜଣେ କୁଖାତ ସଦସ୍ୟ ରାଜେଶ ମହାପାତ୍ର ଫେରାର ଥିବାବେଳେ ଗିରଫ ମହିଳା ତାର ମାଆ ବୋଲି ଜଣାପଡିଛି । ନିକଟରେ ବରମୁଣ୍ଡାରେ ବସି ଲୁଟ ଯୋଜନା କରୁଥିବା ଚକରା ଗ୍ୟାଙ୍ଗସହ ପୋଲିସର ମୁହାଁ ମୁହିଁ ବେଳେ ଏନକାଣ୍ଟଆରେ ଆହାତ ହୋଇ ଚକରା ଧରାପଡିଥିଲା । ଆଉ ତାକୁ ରିମାଣ୍ଡରେ ଆଣି ଜେରା ବେଳେ ଖୋଲିଥିଲା ଲୁଟ୍ ରାକେଟର ଗୁମର ।