Advertisment

୬୪୧ କୋଟି ଟଙ୍କାର ଏକ ଜାଲ୍ ବିଲ୍ ରାକେଟ୍‌ର ମାଷ୍ଟରମାଇଣ୍ଡ ଗିରଫ

ଦେଢବର୍ଷ ହେଲା ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ବସନ୍ତଙ୍କୁ ଖୋଜୁଥିଲା। ଯାଜପୁର ଏନଫୋର୍ସମେଣ୍ଟ ୟୁନିଟ୍ ଦ୍ୱାରା ତଦନ୍ତ ଚାଲିଥିବା ଆଉ ଏକ ମାମଲାରେ ମଧ୍ୟ ସେ ସମ୍ପୃକ୍ତ ଥିଲେ। ଅନ୍ୟ ଦୁଇ ଜଣଙ୍କ ସହ ମିଶି ବସନ୍ତ ୬ଟି ଜାଲ୍ ବ୍ୟବସାୟୀକ କମ୍ପାନୀ ଚଳାଇଥିଲେ। ଏଥିରେ ୨୧୯ କୋଟି ୬୧ ଲକ୍ଷ ଟଙ୍କାର ଜାଲ୍ ବିଲ୍ କାରବାର ହୋଇଥିଲା।

୬୪୧ କୋଟି ଟଙ୍କାର ଏକ ଜାଲ୍ ବିଲ୍ ରାକେଟ୍‌ର ମାଷ୍ଟରମାଇଣ୍ଡ ଗିରଫ

GST Fraud Mastermind

Advertisment

ଭୁବନେଶ୍ୱର: ଜିଏସଟି ଏନଫୋର୍ସମେଣ୍ଟ ଓ୍ବିଙ୍ଗ କବଜାରେ ମାଷ୍ଟରମାଇଣ୍ଡ। ୬୪୧ କୋଟି ଟଙ୍କାର ଏକ ଜାଲ୍ ବିଲ୍ ରାକେଟ୍ ମାମଲାରେ ଜଡିତ ବସନ୍ତ କୁମାର ପଟ୍ଟନାୟକଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ମାମଲାରେ ପୂର୍ବରୁ ଗୁରଦୀପ ଡାଙ୍ଗ ଏବଂ ସୁଜୟ ମଇତ୍ରଙ୍କୁ ଗିରଫ କରାଯାଇଛି। ତେବେ ବସନ୍ତ ପଟ୍ଟନାୟକ ଫେରାର ଥିଲେ। ଆଜି ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯିବା ପରେ ସାରେ ରାଉରକେଲା କୋର୍ଟରେ ହାଜର କରାଯିବ।

Advertisment

ଦେଢବର୍ଷ ହେଲା ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ ବସନ୍ତଙ୍କୁ ଖୋଜୁଥିଲା। ଯାଜପୁର ଏନଫୋର୍ସମେଣ୍ଟ ୟୁନିଟ୍ ଦ୍ୱାରା ତଦନ୍ତ ଚାଲିଥିବା ଆଉ ଏକ ମାମଲାରେ ମଧ୍ୟ ସେ ସମ୍ପୃକ୍ତ ଥିଲେ। ଅନ୍ୟ ଦୁଇ ଜଣଙ୍କ ସହ ମିଶି ବସନ୍ତ ୬ଟି ଜାଲ୍ ବ୍ୟବସାୟୀକ କମ୍ପାନୀ ଚଳାଇଥିଲେ। ଏଥିରେ ୨୧୯ କୋଟି ୬୧ ଲକ୍ଷ ଟଙ୍କାର ଜାଲ୍ ବିଲ୍ କାରବାର ହୋଇଥିଲା।

Puri-Surat Express Odisha News Odisha Police GST Fraud.
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ