Dowry
ପୁଣି ଯୌତୁକ ଜୁଇରେ ଜଳିଲେ ଆଉ ଜଣେ ବଧୂ। ରାଜଧାନୀ ଭୁବନେଶ୍ୱରରେ ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ। ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଝିଲି ସେଠୀଙ୍କୁ ଶାଶୂଘର ଲୋକ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।
ସୂଚନା ଅନୁସାରେ, ଝିଲି ଗତ ୩ ବର୍ଷ ତଳେ ସାମନ୍ତରାପୁରର ଚନ୍ଦନ ସେଠୀଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ଶାଶୂଘର ଲୋକ ଅଧିକ ଯୌତୁକ ଦାବି କରିଆସୁଥିଲେ। ଏଥିପାଇଁ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ବି ଦେଉଥିଲେ। ସୁନା ଚେନ୍ ଓ କାର୍ ଦାବି କରି ଝିଲିଙ୍କୁ ମାଡ ମାରୁଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।
ତେବେ ଏହାକୁ କେନ୍ଦ୍ର କରି ଶାଶୂଘର ଲୋକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଲିଙ୍ଗରାଜ ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି। ତେବେ ଏ ନେଇ ପୋଲିସ କି ଶାଶୂଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Dowry_1708915212.jpg)