Advertisment

ୱେବସିରିଜ ଦେଖି ମର୍ଡର ପ୍ଲାନ; ବାହା ହେବାକୁ ଜିଦ୍ କରିବାରୁ କଇଁଚି ଭୁସି ହତ୍ୟା କଲା ପ୍ରେମିକ

ଜଲି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ ଏବଂ ବିବାହ ପାଇଁ ଜୟଙ୍କୁ କ୍ରମାଗତ ଭାବରେ ଚାପ ପକାଉଥିଲେ। ସେ ସବୁବେଳେ ଧମକ ଦେଉଥିଲେ ଯଦି ସେ ତାଙ୍କୁ ବିବାହ ନକରନ୍ତି ତେବେ ସେ ପୋଲିସରେ ଅଭିଯୋଗ କରିବେ।

ଅଦ୍ୟତନ ହୋଇଛି
Murder of PoliceMan Wife

Murder of PoliceMan Wife

Advertisment

ବିବାହ ପାଇଁ ଜିଦ୍ ଧରିବାରୁ ପ୍ରେମିକାକୁ କଇଁଚି ଭୁସି ହତ୍ୟା କଲା ପ୍ରେମିକ। ପ୍ରମାଣ ନଷ୍ଟ ପାଇଁ ୱେବସିରିଜ ଦେଖି କରିଥିଲା ପ୍ଲାନ। ହେଲେ ଧରା ପକାଇଦେଲା ମୋବାଇଲ୍ ଫୋନ। ପୋଲିସ ଫୋନକୁ ମାଧ୍ୟମ କରି ଚତୁର ଅଭିଯୁକ୍ତ ନିକଟରେ ପହଞ୍ଚି ତାକୁ ଗିରଫ କରିଛି।

Advertisment

ଛତିଶଗଡ ରାୟପୁରର ଆମାସିଭାନ୍ନି ପୋଲିସ୍ କଲୋନୀରେ ଜଣେ ପୋଲିସ କର୍ମଚାରୀଙ୍କ ସ୍ତ୍ରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିଲା। ମୃତ ମହିଳା ଜଲି ସିଂ। ତେବେ ଜଲି ସ୍ୱାମୀଙ୍କୁ ଛାଡି ଦୀର୍ଘଦିନ ଧରି ଅଲଗା ରହୁଥିଲେ। ଜଲି ଜଣେ ବିବାହିତ ପୁରୁଷ ଜୟ ସିଂଙ୍କୁ ପ୍ରେମ କରୁଥିଲେ। ସେମାନେ ୪ବର୍ଷ ଧରି ରିଲେସନସିପରେ ଥିଲେ। ଜୟ ପୂର୍ବରୁ ବିବାହାତ ଥିବାବେଳେ ତାଙ୍କର ୨ଟି ସନ୍ତାନ ଥିଲେ। ତେଣୁ ସେ ଜଲିଙ୍କୁ ବିବାହ ପାଇଁ ମନା କରୁଥିଲେ।

ଜଲି ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ ଏବଂ ବିବାହ ପାଇଁ ଜୟଙ୍କୁ କ୍ରମାଗତ ଭାବରେ ଚାପ ପକାଉଥିଲେ। ସେ ସବୁବେଳେ ଧମକ ଦେଉଥିଲେ ଯଦି ସେ ତାଙ୍କୁ ବିବାହ ନକରନ୍ତି ତେବେ ସେ ପୋଲିସରେ ଅଭିଯୋଗ କରିବେ। ଏହି ଧମକକୁ ନେଇ ଜୟ ଜଲିଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ସେ ଅନେକ କ୍ରାଇମ ୱେବସିରିଜ ଦେଖୁଥିଲେ। ହତ୍ୟା କିପରି କରାଯାଏ ଏବଂ ପୋଲିସ କିପରି ଟେର୍ ନପାଇବ ସେନେଇ ସେ ଅନେକ ପ୍ରକାରର ଅପରାଧ ୱେବସିରିଜ ଦେଖିଥିଲେ। ମୋବାଇଲ୍ ବ୍ୟବହାର ନ କଲେ ପୋଲିସ ପ୍ରମାଣ ପାଇବ ନାହିଁ ବୋଲି ସେ ମୋବାଇଲ ମଧ୍ୟ ବ୍ୟବହାର କରିନଥିଲେ।

Advertisment

ମାର୍ଚ୍ଚ ୫ରେ ଜୟ ଜଲିଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ସେ ମୁମ୍ବାଇରୁ ବିମାନ ଯୋଗେ ରାୟପୁରରେ ପହଞ୍ଚିଥିଲେ। ଯେପରି କେହି ଜାଣି ନପାରନ୍ତି ସେ ମୁଣ୍ଡରେ ଟୋପି, ସ୍କାର୍ଫ ଏବଂ ମାସ୍କ ପିନ୍ଧି ଜଲିଙ୍କ ଘରେ ପହଞ୍ଚିଥିଲେ। ସର୍ବପ୍ରଥମେ ପୋଲିସ କଲୋନୀରେ ଥିବା ସିସିଟିଭି କ୍ୟାମେରାର ରେକର୍ଡିଂ ବନ୍ଦ କରି ଘରେ ପ୍ରବେଶ କରିଥିଲେ। ସେଠାରେ ଜଲି ଏବଂ ଜୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ରାଗରେ ଜୟ ଜାଲିଙ୍କୁ କଇଁଚି ସାହାଯ୍ୟରେ ଆକ୍ରମଣ କରି ହତ୍ୟା କରିଥିଲେ।

ଏହାପରେ ଜଲିଙ୍କ ଫୋନ ନେଇ ଘରେ ତାଲା ପକାଇ ସେଠାରୁ ଚମ୍ପଟ ମାରିଲେ। ତେବେ ଜୟ ନେଇଥିବା ଫୋନଟି ରାସ୍ତାରେ ପଡ଼ିଯିବା ପରେ ଜଣେ ଲୋକ ଏହି ଫୋନଟି ପାଇଥିଲେ। ସାଇବର ପୋଲିସ ଲୋକେସନ ଟ୍ରାକ କରି ସେଠାରେ ପହଞ୍ଚିଥିଲା। ପରେ କଲ୍ ଡିଟେଲ୍ସ ବାହାର କରିବା ପରେ ଜୟ ଏବଂ ଜଲିଙ୍କ ପ୍ରେମ ସମ୍ପର୍କ ସାମ୍ନାକୁ ଆସିଥିଲା। ପୋଲିସ ଜୟ ସିଂଙ୍କୁ ଗିରଫ କରି ପଚରାଉଚରା ବେଳେ ସବୁ ସତ ସାମନାକୁ ଆସିଲା।

Advertisment

ସେ କହିଥିଲେ ଯେ ସେ ମୁମ୍ବାଇର କୋନଗାଓ କଲ୍ୟାଣରେ କାମ କରନ୍ତି। ମୃତ ଜଲିଙ୍କ ସହ ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମରେ ଯୋଗାଯୋଗ ହୋଇଥିଲା। ଦୁହେଁ ମୋବାଇଲରେ ଘଣ୍ଟା ଘଣ୍ଟା କଥା ହେଉଥିଲେ ଏବଂ ରିଲ୍ ମଧ୍ୟ ତିଆରି କରୁଥିଲେ । ମାତ୍ର ସେ ବିବାହ ପାଇଁ ବାରମ୍ୱାର ଚାପ ପକାଇବାକୁ ହତ୍ୟା କରିଦେଲେ।

Murder Web Series
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ