Advertisment

ନୂଆପଡ଼ାରେ ମାଓ ତାଣ୍ଡବ; ଘରୁ ଉଠାଇନେଇ ଯୁବକଙ୍କୁ ହତ୍ୟା

ନକ୍ସଲଙ୍କ ବର୍ବରକାଣ୍ଡ। ଘରକୁ ଡାକି ଜଣେ ଯୁବକଙ୍କୁ ନକ୍ସଲ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ। ଉକ୍ତ ଯୁବକଙ୍କ ନାଁ ଅନନ୍ତରାମ ରାଉତ।

author-image
Manoranjan Behera
Maoist

Maoist

ନୂଆପଡାରେ ପୁଣି ମାତିଲେ ମାଓବାଦୀ । ପୋଲିସ ଇନଫରମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟର ଢେକୁନପାନି ଗାଁରେ ଏହି ନୃଶଂସ କାଣ୍ଡ ଘଟାଇଛନ୍ତି ଲାଲ୍‌ବାହିନୀ । ଗତକାଲି ଗାଁର ଅନନ୍ତରାମ ରାଉତଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି ମାଓବାଦୀ । ଏଥିସହ ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡିଛନ୍ତି । ସେହି ପୋଷ୍ଟରରେ ଏସ୍‌ଡିକେ ଏରିଆ କମିଟି ଲେଖାଯାଇଥିବାର ଦେଖିବାକୁ ମିଳିଛି ।

Advertisment

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏହାସହ ଘଟଣାର ତଦନ୍ତ କରୁଛି।  ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଯୁବକଙ୍କୁ ହତ୍ୟା କରିଥିବା ଜଣାଯାଇଛି। 

Murder Maoist
Advertisment
Advertisment