Advertisment

ସୀମାରେ ରେଡ୍ ବେଳେ ଲାଲବାହିନୀ ଶିବିରରୁ ମିଳିଲା କଣ୍ଡୋମ, ଗର୍ଭ ପରୀକ୍ଷା କିଟ୍

ନକ୍ସଲ କ୍ୟାମ୍ପରେ ଯୌନଜୀବନର ଏପରି ସାମଗ୍ରୀର କାମ କଣ ? ନବରଙ୍ଗପୁର ଏସ୍ପି ଏସ୍. ସୁଶ୍ରୀ କହିଛନ୍ତି, କଣ୍ଡୋମ, ପ୍ରେଗନାନସି କିଟ୍ ମିଳିଥିବାରୁ ଜଣାପଡୁଛି ଲାଲ୍ କ୍ୟାଂପରେ ମାଓବାଦୀମାନେ ମହିଳା ଓ ଯୁବତୀଙ୍କୁ ଯୌନ ଶୋଷଣ କରୁଛନ୍ତି।

ଅଦ୍ୟତନ ହୋଇଛି
Women Maoist Face Sexual Abuse

contraceptives seized from Mao camp

Advertisment

ଦଳିତ ନିଷ୍ପେସିତଙ୍କୁ ନ୍ୟାୟ ଦେବାକୁ ହାତରେ ବନ୍ଧୁକ ଉଠାଇବାକୁ ଆହ୍ବାନ ଦେଉଥିବା ଲାଲବାହିନୀରେ ପ୍ରକୃତରେ ଚାଲିଛି କଣ? ଯାହାର କିଛି ଆଭାସ ମିଳିଛି ନବରଙ୍ଗପୁର-ଛତିଶଗଡ଼ ସୀମାନ୍ତ ଏକ ମାଓ କ୍ୟାଂପରେ ନବରଙ୍ଗପୁର ପୋଲିସର ଚଢ଼ାଉ ବେଳେ। ଯେଉଁଠି ପୁଳା ପୁଳା କଣ୍ଡୋମ୍, ପ୍ରେଗନାନସି ଟେଷ୍ଟ କିଟ୍ ଆଦି ପାଇଛି ପୋଲିସ୍। ଏସବୁ କ୍ୟାଂପରେ ମହିଳାମାନଙ୍କୁ ଯୌନ ଶୋଷଣ କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲା ଏସପି।

Advertisment

ମାଓ କ୍ୟାମ୍ପରେ ମହିଳାଙ୍କୁ ଯୌନ ନିର୍ଯାତନା। ଏହାର ପ୍ରମାଣ ଲାଗିଛି ପୋଲିସ ହାତରେ। ନବରଙ୍ଗପୁର-ଛତିଶଗଡ଼ ସୀମାରେ ଏକ ମାଓବାଦୀ କ୍ୟାମ୍ପରେ ଚଢ଼ାଉ ବେଳେ ପୋଲିସକୁ ମିଳିଛି କଣ୍ଡୋମ ଓ ପ୍ରେଗନାନସି ଟେଷ୍ଟ କିଟ୍। ନକ୍ସଲ କ୍ୟାମ୍ପରେ ଯୌନଜୀବନର ଏପରି ସାମଗ୍ରୀର କାମ କଣ ? ନବରଙ୍ଗପୁର ଏସ୍ପି ଏସ୍. ସୁଶ୍ରୀ କହିଛନ୍ତି, କଣ୍ଡୋମ, ପ୍ରେଗନାନସି କିଟ୍ ମିଳିଥିବାରୁ ଜଣାପଡୁଛି ଲାଲ୍ କ୍ୟାଂପରେ ମାଓବାଦୀମାନେ ମହିଳା ଓ ଯୁବତୀଙ୍କୁ ଯୌନ ଶୋଷଣ କରୁଛନ୍ତି।

ଗତକାଲି ସକାଳେ ନବରଙ୍ଗପୁର-ଛତିଶଗଡ଼ ସୀମାନ୍ତର ଗରିଆବନ୍ଧ ଜିଲ୍ଲା ଶୋଭା ଅଞ୍ଚଳର ମାଓବାଦୀ ଶିବିରରୁ ମିଳିଛି ଏସବୁ ଆପତ୍ତିଜନକ ଜିନିଷ। କେବଳ ଏହି ଗୋଟିଏ ଘଟଣା ନୁହେଁ, ମାଓବାଦୀ କ୍ୟାମ୍ପରୁ ବାରମ୍ବାର ଏପରି କଣ୍ଡୋମ୍, ଗର୍ଭନିରୋଧକ ବଟିକା, ଯୌନ ଉତ୍ତେଜନା ବର୍ଦ୍ଧକ ଔଷଧ, ଗର୍ଭ ପରୀକ୍ଷା କରିବାର କିଟ୍ ମିଳୁଛି। 

Advertisment

ଗତ ଅକ୍ଟୋବରରେ କନ୍ଧମାଳ ଜିଲ୍ଲା କଣାସଲୁ ଜଙ୍ଗଲରେ କମ୍ବିଂ ବେଳେ ବିପୁଳ ପରିମାଣର ଏପରି ସାମଗ୍ରୀ ପାଇଥିଲା ପୋଲିସ। ମାଓ କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ରେଡ୍ ବେଳେ ଅନେକ ଥର ଏପରି ଜିନିଷ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି, ଶାସନ ବ୍ୟବସ୍ଥା ବିରୋଧରେ ଲଢ଼େଇ ପାଇଁ ଆହ୍ବାନ ଦେଉଥିବା ଲାଲବାହିନୀ ଭିତରେ ପ୍ରକୃତରେ କଣ ହେଉଛି।

ଗତକାଲି ସକାଳ ସାଢ଼େ ୯ଟାରେ ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାର ଶୋଭା ଜଙ୍ଗଲରେ ଓଡ଼ିଶାର ଏସ୍ଓଜି ଟିମ୍ ସହିତ ମୁହାଁମୁହିଁ ହୋଇଥିଲେ ମାଓବାଦୀ। ଅଧଘଣ୍ଟା ଧରି ଗୁଳି ବର୍ଷଣ ପରେ ଏସଓଜିର ମୁକାବିଲା କରିନପାରି ଟପ୍ ମାଓବାଦୀ କମାଣ୍ଡର ମୁରଲୀ, ଗୁଡ୍ଡୁ, ଆକାଶ, ନନ୍ଦାଲ ପ୍ରମୁଖ ଛତ୍ରଭଙ୍ଗ ଦେଇଥିଲେ।

Advertisment
Mao Camp Maoist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ