Advertisment

ଟ୍ରାକ୍ ଉଡ଼ାଇଦେଲେ ମାଓବାଦୀ, ରେଳ କର୍ମଚାରୀ ମୃତ

ସହିଦ୍ ସପ୍ତାହରେ ମାଓବାଦୀମାନେ ଘଟାଇଛନ୍ତି ବଡ଼ଧରଣର ହିଂସା । ମାଓ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡାଇଦେଲେ ରେଲୱେ ଟ୍ରାକ୍ ।

author-image
Niharika Routray
Naxal Activities

Naxal Activities

ଝାଡ଼ଖଣ୍ଡ, ଛତିଶଗଡ଼ରେ ମାଓ ଦମନ ଅଭିଯାନ ଜୋରସୋରରେ ଚାଲିଥିବା ବେଳେ ଓଡ଼ିଶାରେ ନିଜ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ସହିଦ୍ ସପ୍ତାହରେ ମାଓବାଦୀମାନେ ଘଟାଇଛନ୍ତି ବଡ଼ଧରଣର ହିଂସା । ମାଓ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡାଇଦେଲେ ରେଲୱେ ଟ୍ରାକ୍ ।

Advertisment

ବିସ୍ଫୋରଣରେ ଜଣେ ରେଲଓ୍ୱେ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଇଟିୱା ଓରାମ । ଏହି ବିସ୍ଫୋରଣରେ ଆଉ ଜଣେ ରେଳ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଇଟିୱା ଓରାମଙ୍କ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

Advertisment

ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଆଜି ହୋଇଛି ଏହି ବିସ୍ଫୋରଣ । ଏଥିଯୋଗୁ ସଂପୃକ୍ତ ଟ୍ରାକ୍ ରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଘଟଣାସ୍ଥଳରେ ପୋଲିସ ସମେତ ସିଆରପିଏଫ ଟିମ୍, ଝାଡ଼ଖଣ୍ଡ ଜାଗୁଆର ପହଞ୍ଚି ତନ ତନ କରି ଯାଞ୍ଚ କରୁଛନ୍ତି।

ମାଓବାଦୀମାନେ ସହୀଦ ସପ୍ତାହ ପାଳନ କରୁଥିବା ବେଳେ ଆଜି ତାହାର ଶେଷ ଦିନ । ଶେଷ ଦିନରେ ମାଓବାଦୀ ଘଟାଇଛନ୍ତି ହିଂସାକାଣ୍ଡ। ସେମାନେ ଟ୍ରାକରେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ। ଦୁଇ ରେଲ କର୍ମଚାରୀ ଉକ୍ତ ଜାଗାରେ ଡ୍ୟୁଟି କରୁଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ଜଣାଯାଇଛି।

ମାଓବାଦୀମାନେ ଏପରି କାଣ୍ଡ ଘଟାଇବା ପରେ ନିକଟସ୍ଥ ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ଜଣାଯାଇଛି। ଏହି ଘଟଣା ପରେ ତୁରନ୍ତ ଯବାନଙ୍କ ପକ୍ଷରୁ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Odisha Otv Train Service Hit
Advertisment
Advertisment