ମନୋହରପୁରରେ ରେଳ ଲାଇନ ଉଡାଇଲେ ମାଓବାଦୀ, ଟ୍ରେନ ଚଳାଚଳ ପ୍ରଭାବିତ

ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇଛନ୍ତି ମାଓବାଦୀ । ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।

Naxal

ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇଛନ୍ତି ମାଓବାଦୀ । ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।  ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।

୨୦ରୁ ଅଧିକ ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଛି । ଅନ୍ୟ ପକ୍ଷରେ ଆଜି ଭାରତ ବନ୍ଦ ଡାକରା ଦେଇଛି ମାଓ ସଂଗଠନ । ଗତକାଲି ଛତିଶଗଡ଼ ବିଜାପୁରରେ ୨ଟି ବସ୍ ଜାଳିଦେଇଥିଲେ ଲାଲବାହିନୀ ।

ହାୱଡ଼ା ପୁରୀ ଏକ୍ସପ୍ରେସ ଚକ୍ରଧରପୁରରେ ଛିଡ଼ା ହୋଇ ରହିଛି । ଯୋଗ ନଗରୀ ଋଷିକେଷ ଟ୍ରେନ ଓ ଉତ୍କଳ ଏକ୍ସପ୍ରେସ, ମନୋହର ପୁରରେ ଅଟକି ରହିଛି । ପୋର ବନ୍ଦର - ସାଲିମାର ଏକ୍ସପ୍ରେସ ମଧ୍ୟ ଅଟକି ରହିଛି । ପୁଣେ – ହାୱଡ଼ା ଟ୍ରେନ ମଧ୍ୟ ରାଉରକେଲାରେ ଅଟକି ରହିଛି । ହାୱଡ଼ା – ସିଏସଟି ଏକ୍ସପ୍ରେସ, ଚକ୍ରଧର ପୁରରେ ଅଟକି ରହିଛି । ସେହିପରି ବେରୁଆ ଷ୍ଟେସନ ସହ ଅନ୍ୟ ଷ୍ଟେସନରେ ମଧ୍ୟ ମାଓ ପୋଷ୍ଟର ଦେଖିବାକୁ ମିଳିଛି ।

ଘଟଣାସ୍ଥଳରେ CRPF, RPF ର ଟିମ ସହ ରେଳ ବିଭାଗର ଟିମ ମଧ୍ୟ ପହଞ୍ଚି ସାରିଛନ୍ତି । ସୂଚନା ଅନୁସାରେ ରେଳ ଟ୍ରାକର ମରାମତି କାମ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହୋଇଯିବ । ରେଳ ଟ୍ରାକ ମରାମତି ସରିବା ପର୍ଯ୍ୟନ୍ତ ଟ୍ରେନ ଗୁଡ଼ିକ ଅଟକି ରହିବ ବୋଲି ସୂଚନା ମିଳିଛି ।