Advertisment

କନ୍ଧମାଳ କାମେରିକିଆ ଜଙ୍ଗଲରେ ଏନକାଉଣ୍ଟର, ପୋଲିସ୍‌ ଗୁଳିରେ ଜଣେ ମାଓବାଦୀ ନିହତ

ଜଣେ ମାଓବାଦୀର ମୃତ୍ୟୁ ପରେ ବି ସେହି ଅଞ୍ଚଳରେ କମ୍ବିଂ ଅପରେସନ୍‌ ଜାରି ରହିଛି। ତେବେ ମାଓବାଦୀ ଓ ପୋଲିସ୍‌ ଗୁଳି ବିନିମୟରେ ଜଣେ DVF ଯବାନ ମଧ୍ୟ ଆହତ ହୋଇଛନ୍ତି।

Police Encounter

Police Encounter

Advertisment

ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କାମ୍ବିରୀକିଆ ଜଙ୍ଗଲରେ କୁମ୍ବିଂ ବେଳେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ତାର ନାଁ ହେଲା ଦସରୁ। ସେ KKBN ସଂଗଠନର ଡିଭିଜିନାଲ କମାଣ୍ଡର ଥିଲା। ତା’ର ଘର ଛତିଶଗଡ଼ରେ । ତା ନାଁରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୨୦ରୁ ଅଧିକ ମାମଲା ଥିଲା। ସେ ଅନେକ ହତ୍ୟା, ହିଂସାକାଣ୍ଡ ଓ ଜଳାପୋଡ଼ାରେ ସଂପୃକ୍ତ ଥିବା ପୋଲିସ କହିଛି।

Advertisment

ସେପଟେ ଜଣେ ମାଓବାଦୀର ମୃତ୍ୟୁ ପରେ ବି ସେହି ଅଞ୍ଚଳରେ କମ୍ବିଂ ଅପରେସନ୍‌ ଜାରି ରହିଛି। ତେବେ ମାଓବାଦୀ ଓ ପୋଲିସ୍‌ ଗୁଳି ବିନିମୟରେ ଜଣେ DVF ଯବାନ ମଧ୍ୟ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି। ଦୁଇ ପକ୍ଷ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା ।

Odisha Maoists Kandhamal Police Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ