Advertisment

ପୋଖରୀରୁ ମିଳିଲା ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତଦେହ

ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଯୁବକ ଜଣକ ମନିଷ ବୋଲି ଜଣାପଡ଼ିଥିଲା। ଗତକାଲି ଇନଫୋସିସ୍ ଥାନା ଅଞ୍ଚଳରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ସେହି ଯୁବକ ଜଣକ କିଏ ସେ ସମ୍ପର୍କରେ ଏବେ ତଦନ୍ତ କରାଯାଇଥିଲା।

ଅଦ୍ୟତନ ହୋଇଛି
Manish Anurag, son of naveen das

Manish Anurag, son of naveen das

Advertisment

ଭୁବନେଶ୍ୱର: ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅଙ୍କ ମୃତଦେହ। ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରୁ ଉଦ୍ଧାର ହୋଇଛି। ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ଉଦ୍ଧାର କରାଯାଇଛି। ଗତକାଲି ରାତିରୁ ମନୀଷ ଅନୁରାଗ ନିଖୋଜ ଥିଲେ। ପୁଅର ମୃତ୍ୟୁ ନେଇ ସୋସିଆଲ ମିଡିଆରେ ନବୀନ ଦାସ ସୂଚନା ଦେଇଛନ୍ତି। ପୁଅ ଗୁଡୁକୁ ସବୁଦିନ ପାଇଁ ହରାଇଲି ବୋଲି ନବୀନ ଦାସ ଲେଖିଛନ୍ତି। 

Advertisment

ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରେ ମୃତଦେହ ଠାବ ହୋଇଥିଲା। ଭାସମାନ ଅବସ୍ଥାରେ ପୋଖରୀରେ ଯୁବକଙ୍କ ମୃତଦେହ ମିଳିଥିଲା। ତେବେ ମୃତ ଯୁବକ ଜଣକ କିଏ ସେ ସମ୍ପର୍କରେ ପରିଚୟ ମିଳିପାରିନଥିଲା।

ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଯୁବକ ଜଣକ ମନିଷ ବୋଲି ଜଣାପଡ଼ିଥିଲା। ଗତକାଲି ଇନଫୋସିସ୍ ଥାନା ଅଞ୍ଚଳରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ସେହି ଯୁବକ ଜଣକ କିଏ ସେ ସମ୍ପର୍କରେ ଏବେ ତଦନ୍ତ କରାଯାଇଥିଲା।

Advertisment

ସିସିଟିଭି ଆଧାରରେ ହେବ ତଦନ୍ତ

ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଆଜି ସକାଳେ ଇନଫୋସିଟି ଥାନାରେ ମନୀଷଙ୍କ ନିଖୋଜ ହେବା ନେଇ ଅଭିଯୋଗ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ମୃତ ମନୀଷ ଶେଷଥର ଲାଗି ଇନଫୋସିଟି ଥାନା ଅଞ୍ଚଳରେ ଥିଲେ। ସେଠାରେ ଦୁଇ ଜଣ ଯୁବକଙ୍କ ସହିତ ସେ କାର୍ ଯୋଗେ ଆସିଥିବା ମନୀଷ ତାଙ୍କ ବାପାଙ୍କୁ ଫୋନ୍ କରି ଜଣାଇଥିଲେ। ହେଲେ ଆଜି ତାଙ୍କର ମୃତଦେହ ମିଳିଥିବା ନେଇ ଆମକୁ ଗାଁ ଲୋକେ ଖବର ଦେଇଛନ୍ତି। ଯାହା ପରେ ଆମେ ତଦନ୍ତ ଆରମ୍ଭ କରିଛୁ। ଏବେ ଦୁଇଟି ଯାକ ମାମଲାକୁ ମିଶାଇ ତଦନ୍ତ ଆରମ୍ଭ ହେବ। ସିସିଟିଭି ଆଧାରରେ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି। 

Kidnap Commsionrate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ