Advertisment

ଧରାପଡ଼ିବା ଭୟରେ ଦୋଷୀ ରଚିଛି ଷଡ଼ଯନ୍ତ୍ର !

ଏଠି ପ୍ରଶ୍ନ ଉଠୁଛି, ହୋଟେଲ ସାଉଥ୍ ସିଟିରେ ମନୀଷଙ୍କୁ ଏକୁଟିଆ ଛାଡ଼ି କାହିଁକି ପଳାଇ ଆସିଲେ ଦୁଇ ସାଙ୍ଗ ଏବଂ ମୃତ୍ୟୁଞ୍ଜୟ ଓ ଦିନେଶ? ହୋଟେଲ୍ ବାହାରେ ବିଲ୍‌କୁ ନେଇ ଯେଉଁ ବଚସା ହୋଇଥିବା କୁହାଯାଉଛି, ତାହା କେବଳ ବଚସାରେ ସୀମିତ ଥିଲା ନା ଉତ୍ତେଜନାରୁ ଘଟିଛି ଅପ୍ରୀତିକର ପରିସ୍ଥିତି?

manish Anurag Death Mystery

manish Anurag Death Mystery

Advertisment

ଭୁବନେଶ୍ୱର: ମନୀଷଙ୍କ ମୃତ୍ୟୁ ପଛରେ କିଏ? ହତ୍ୟା ପରେ ଧରାପଡ଼ିବା ଭୟରେ ରଚାଯାଇଛି କି ଷଡ଼ଯନ୍ତ୍ର? ଶଙ୍କା-ଆଶଙ୍କା  ଭିତରେ ସାମ୍ନାକୁ ଆସିଛି ହୋଟେଲ୍, ବିଲ୍ ଓ ବଚସା ଘଟଣା। ଗତ ଶନିବାର ରାତିରେ ରାତିରେ ସାଉଥ୍ ସିଟି ହୋଟେଲକୁ ନିଆଯାଇଥିଲା ମନୀଷଙ୍କୁ, ସେହି ହୋଟେଲ୍‌ରେ ବିଲ୍ ପେମେଣ୍ଟକୁ ନେଇ ଉପୁଜିଥିଲା ମୁହାଁମୁହିଁ ସ୍ଥିତି। କୁହାଯାଉଛି, ମନୀଷଙ୍କୁ ସଂପୃକ୍ତ ହୋଟେଲ୍ କର୍ମଚାରୀ ଅଟକ ରଖିଥିଲେ। ଏହାପରେ କିଛି ଲୋକ ମାରପିଟ୍ କରିବା ସହ ଟଙ୍କା ମାଗୁଥିବା ନେଇ ରବିବାର ଭୋରରେ ବାପା ନବୀନ ଦାସଙ୍କୁ ଫୋନ୍ କରି ଜଣାଇଥିଲେ ମନୀଷ। 

Advertisment

ଏହି ଖବର ପାଇ ଭୋର୍ ୩ଟା ୨୪ରେ ୫ ହଜାର ଓ ୩ଟା ୨୭ରେ ଆଉ ୩ ହଜାର ଟଙ୍କା ପଠାଇଥିଲେ ପରିବାର ଲୋକ। ଏହି ଟଙ୍କାରେ ହୋଟେଲ୍ ବିଲ୍ ପେମେଣ୍ଟ ହୋଇଥିବା ସନ୍ଦେହ କରାଯାଉଛି। ତା ପୂର୍ବରୁ ମନୀଷଙ୍କ ସହ ହୋଟେଲକୁ ଯାଇଥିବା ୪ ଯୁବକ ବାହାରି ଯାଇଥିବା ବେଳେ ବିଲ୍ ପେମେଣ୍ଟ ପରେ ଏକୁଟିଆ ବାହାରିଥିଲେ ମନୀଷ। ହୋଟେଲ୍ ବାହାରେ ପୁଣି ବିଲ୍ ପେମେଣ୍ଟକୁ ନେଇ ମନୀଷ ଓ ଅନ୍ୟ ୪ ଯୁବକଙ୍କ ମଧ୍ୟରେ ବଚସା ହୋଇଛି। ତାର କେଇ ଘଣ୍ଟା ପରେ ପୋଖରୀରୁ ମିଳିଥିଲା ମନୀଷଙ୍କ ମୃତଦେହ। ହେଲେ ହୋଟେଲକୁ ସାଙ୍ଗରେ ଯାଇଥିବା ଯୁବକ କିନ୍ତୁ ଘଟଣାସ୍ଥଳରୁ ଖସିଯାଇଥିଲେ। ସେମାନଙ୍କ ମଧ୍ୟରୁ କନ୍ଧମାଳରୁ ଧରାପଡ଼ିଥିବା ମୃତ୍ୟୁଞ୍ଜୟ ଏବଂ ଦିନେଶ ୟୁନିଟ୍-୪ ସ୍ଥିତ ସ୍ୱାଗତ ହୋଟେଲକୁ ସକାଳ ୫ଟାରେ ଚେକ୍ ଇନ୍ କରିଥିଲେ। ୧୨ ଘଣ୍ଟାର ରହଣୀ ପରେ କନ୍ଧମାଳ ପଳାଇଥିଲେ।

ଏଠି ପ୍ରଶ୍ନ ଉଠୁଛି, ହୋଟେଲ ସାଉଥ୍ ସିଟିରେ ମନୀଷଙ୍କୁ ଏକୁଟିଆ ଛାଡ଼ି କାହିଁକି ପଳାଇ ଆସିଲେ ଦୁଇ ସାଙ୍ଗ ଏବଂ ମୃତ୍ୟୁଞ୍ଜୟ ଓ ଦିନେଶ? ହୋଟେଲ୍ ବାହାରେ ବିଲ୍‌କୁ ନେଇ ଯେଉଁ ବଚସା ହୋଇଥିବା କୁହାଯାଉଛି, ତାହା କେବଳ ବଚସାରେ ସୀମିତ ଥିଲା ନା ଉତ୍ତେଜନାରୁ ଘଟିଛି ଅପ୍ରୀତିକର ପରିସ୍ଥିତି? ଗଣ୍ଡଗୋଳ ପରେ ହିମାଂଶୁ ନାମକ ଅନ୍ୟ ଯୁବକଙ୍କୁ ଡକାଇ ମୃତ୍ୟୁଞ୍ଜୟ ଓ ଦିନେଶ ଖସିଗଲେ କାହିଁକି? ସେତେବେଳକୁ ମନୀଷ ଜୀବିତ ଥିଲେ ନା ନାହିଁ?

Advertisment

ପୁରା ଘଟଣାରେ ମନୀଷଙ୍କ ଦୁଇ ବନ୍ଧୁଙ୍କ ସହ ମୃତ୍ୟୁଞ୍ଜୟ ଓ ଦିନେଶଙ୍କ ଭୂମିକା କଣ? ସିସିଟିଭିରେ ଦେଖାଯାଉଥିବା ଯୁବତୀ ଜଣଙ୍କ ମନୀଷଙ୍କ ଦୁଇ ବନ୍ଧୁଙ୍କ ମଧ୍ୟରୁ ଜଣଙ୍କର ବାନ୍ଧବୀ ବୋଲି କୁହାଯାଉଥିବାବେଳେ ସେ ଏତେ ରାତିରେ କାହିଁକି ସେଠାକୁ ଆସିଥିଲେ? ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବାକୁ ପୋଲିସ ଅଟକ ୫ ଜଣଙ୍କୁ ଘନ ଘନ ଜେରା କରୁଛି। ତାସହ ମନୀଷଙ୍କ ମୃତଦେହ ମିଳିଥିବା ପୋଖରୀ ଆଡ଼କୁ ଘଟଣା ଦିନ କାହାର ଗାଡ଼ିସବୁ ଯାଇଛି, ସିସିଟିଭି ଫୁଟେଜ ଆଧାରରେ ଘାଣ୍ଟୁଛିା ତେବେ ଶନିବାର ରାତିରେ ସାଉଥସିଟି ହୋଟେଲକୁ ଯିବା ପୂର୍ବରୁ ଭୁବନେଶ୍ୱରର ଆଉ ୨ଟି ବାର୍‌କୁ ମଧ୍ୟ ୨ ସାଙ୍ଗଙ୍କ ସହ ମନୀଷ ଯାଇଥିଲେ ବୋଲି ପୋଲିସ ସୂଚନା ପାଇଛି। 

ରିପୋର୍ଟ: ଆଲୋକ ମହାନ୍ତି

Manish Anurag Senior Journalist Navin Das Navin Das Son's Death Case Navin Das Son Murder Manish Anurag Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ