Advertisment

ମାନସ ଦାସଙ୍କ ଘର ରେଡ୍

ବହୁ ଚର୍ଚ୍ଚିତ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଗିରଫ ପରେ ପୋଲିସ ତାଙ୍କ ଘରେ ରେଡ୍ କରିଛି।  ଖୋର୍ଦ୍ଧା ପୋଲିସ୍ ମାନସଙ୍କ ଭୁବନେଶ୍ୱର ଘରେ ଯାଞ୍ଚ କରୁଛି।

ଅଦ୍ୟତନ ହୋଇଛି
police raid

police raid

Advertisment

 ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଗିରଫ ପରେ ପୋଲିସ ତାଙ୍କ ଘରେ ରେଡ୍ କରିଛି।  ଖୋର୍ଦ୍ଧା ପୋଲିସ୍ ମାନସଙ୍କ ଭୁବନେଶ୍ୱର ଘରେ ଯାଞ୍ଚ କରୁଛି। ଖୋର୍ଦ୍ଧା ପୋଲିସ୍ ଟିମ୍ ଘରେ ପହଞ୍ଚି ଖୋଲତାଡ଼ କରୁଛି।

Advertisment

 ହତ୍ୟା, ହତ୍ୟା ଧମକ, ଅପହରଣ ମାମଲାରେ ଗିରଫ ହୋଇଛନ୍ତି ମାନସ। ତାଙ୍କ ବିରୋଧରେ ଅଧିକ ତଥ୍ୟ ପାଇଁ ତଦନ୍ତ କରାଯାଉଛି। ବିଶେଷ ଭାବେ ମାନସ ସଂଗଠନ ଚଲାଉଥିବା ପ୍ରମାଣ ପୋଲିସ୍ ହାତରେ ଲାଗିଛି। ବିଭିନ୍ନ ପୋଷ୍ଟର, ବ୍ୟାନର ସହ ସଂଗଠନରେ ମାନସଙ୍କ ଭୂମିକା ସମ୍ପର୍କରେ ଠୋସ୍ ପ୍ରମାଣ ଯୋଗାଡ଼ କରୁଛି ପୋଲିିସ୍। ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଅଗଷ୍ଟ ୩ରେ ଅଭିମାନପୁରର ବସନ୍ତ ନାଏକଙ୍କ ଏତଲା ଆଧାରରେ ପୋଲିସ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ଗିରଫ କରିଛି  । ଏହି ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଛି। 

Advertisment

ମାନସ ଦାସଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଧମକ ଦେବା ପରି ବହୁ ସଂଗୀନ ଅଭିଯୋଗ ରହିଥିଲା। ପୋଲିସ ବାପା, ପୁଅଙ୍କୁ ଉଠାଇ ନେଇ ଘରେ ପୂରାଇ ମାଡ଼ ଅଭିଯୋଗ ଥିଲା। ହତ୍ୟା ଉଦ୍ୟମ, ହତ୍ୟା ଧମକ ଦେବା ଆଦି ଅଭିଯୋଗ ଥିଲା। ମାନଙ୍କ ଘରେ ପହଞ୍ଚି ପୋଲିସ ତାଙ୍କୁ ଥାନାକୁ ନେଇଆସିଥଲା। ପରେ ଗିରଫ କରିଥିଲା।  ମାନସଙ୍କ ନାଁରେ ଅପହରଣ, ହତ୍ୟା, ପୋଡ଼ି ପ୍ରମାଣ ନଷ୍ଟ ଭଳି ଅଭିଯୋଗରେ ପୋଲିସ ସଙ୍ଗୀନ ଦଫା ଲଗାଇଛି । ମାନସଙ୍କ ନାଁରେ ୩୦୨, ୩୬୩, ୩୬୪, ୨୦୧, ୧୨୦ବି, ୩୪ IPC ଦଫା ଲାଗିଛି । ତାଙ୍କ ନାଁରେ ଆଉ ଯାହା ଅଭିଯୋଗ ଅଛି, ତାର ତଦନ୍ତ ଚାଲିଥିବା IG କହିଛନ୍ତି । ସେପଟେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ପୁଅ ମନୋରଂଜନ ଦାସଙ୍କୁ କଡ଼ବ ଗାଁର ବାପା, ପୁଅଙ୍କୁ ମାଡ଼ ମାମଲାରେ ଗିରଫ କରାଯାଇଛି । ମନୋରଞ୍ଜନଙ୍କ ବିରୋଧରେ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା ।

ପୋଲିସ ତଦନ୍ତ ବେଳେ ମାନବବାଦ ସଂଗଠନର ବିବାଦୀୟ ଶପଥପାଠ ସାମନାକୁ ଆସିଥିଲା। ଏଥିରେ ଜାତି ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କରୁଥିବା ଏକ ଲିଫ୍ଲେଟ୍ ମିଳିଥିଲା । ଏଥିରେ ଗୋଟିଏ ଧର୍ମର ବିଭିନ୍ନ ଜାତି ମଧ୍ୟରେ ଭେଦଭାବ ସୃଷ୍ଟି କଲାଭଳି ତଥା ହିଂସା ଉଦ୍ରେକକାରୀ ବାର୍ତ୍ତା ରହିଥିଲା। 

Advertisment
Odisha News Guruji Manas Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ