/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682510639.jpg)
Man With Gun Enters Bengal Classroom
କ୍ଲାସ୍ରୁମ୍ ଭିତରକୁ ବନ୍ଧୁକ ଧରି ପଶିଗଲେ ଅଜଣା ଯୁବକ । ଭୟରେ ଚିତ୍କାର କଲେ ପିଲା । ଏଭଳି ଅଭାବନୀୟ ଘଟଣା ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଦେଖିବାକୁ ମିଳିଛି । ହାତରେ ବନ୍ଧୁକ ଧରି ପିଲାଙ୍କୁ ଧମକାଉଥିଲେ ଯୁବକ । ସେଠାରେ ଉପସ୍ଥିତ ଜଣେ ସ୍କୁଲ୍ କର୍ମଚାରୀ ତାଙ୍କ ହାତରୁ ବନ୍ଧୁକ ଛଡ଼ାଇ ଆଣି ସ୍ଥିତିକୁ ସମ୍ଭାଳିଥିଲେ । ତେବେ ସେହି ଯୁବକଙ୍କ ପରିଚୟ କଣ ଏଯାଏଁ ଜଣାପଡ଼ିନାହିଁ । କ୍ଲାସ୍ରୁମ୍ରେ ଉପସ୍ଥିତ ପିଲାମାନେ ମଧ୍ୟ ତାଙ୍କୁ ଜାଣିନଥିବା ପୋଲିସକୁ କହିଛନ୍ତି ।
ସୂଚନାନୁଯାୟୀ ଜଣେ ବ୍ୟକ୍ତି ହଠାତ ସ୍କୁଲ୍ର ୮ମ ଶ୍ରେଣୀ କକ୍ଷକୁ ପଶିଯାଇଥିଲେ । ପିଲାଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରି ଦେବା ପାଇଁ ଡରାଉଥିଲେ । ପିଲାମାନେ ବନ୍ଧୁକ ଦେଖି ଭୟଭୀତ ହୋଇ ଚିତ୍କାର କଲେ । ଏହାଦେଖି ଜଣେ ସ୍କୁଲ୍ କର୍ମଚାରୀ ଚାଲାକିର ସହ ତାଙ୍କ ଉପରକୁ ଡିଆଁ ମାରି ହାତରୁ ବନ୍ଧୁକ ଛଡ଼ାଇ ଆଣିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଜଣା ଯୁବକଙ୍କୁ ଗିରଫ କରିଛନ୍ତି । ଏହାପରେ କ୍ଲାସ୍କୁ ସସ୍ପେଣ୍ତ କରାଯାଇଛି ।
ଅଭିଯୁକ୍ତ ଜଣକ ହାତରେ ବନ୍ଧୁକ ସହ ଦୁଇଟି ବୋତଲ ମଧ୍ୟ ଆଣିଥିଲେ । ବୋତଲରେ କ’ଣ ଥିଲା ତାହା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)