Advertisment

‘ଯୌତୁକ ନିର୍ଯାତନା ଦେଲେ, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କଲେ’

ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ରହୁଥିବା ଜଣେ ମହିଳା। ମହିଳାଙ୍କ ଅଭିଯୋଗ ଅନୁସାରେ, ଯୌତୁକ ଦାବି କରି ସ୍ୱାମୀ ପ୍ରଥମେ ତାଙ୍କୁ ମାରପିଟ୍ କରୁଥିଲେ। ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ ହ୍ୟାକ୍ କରି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପୋଷ୍ଟ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
‘ଯୌତୁକ ନିର୍ଯାତନା ଦେଲେ, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କଲେ’

Man Uploads Wife’s Intimate Video

ଭୁବନେଶ୍ୱର: ‘ଆମର ୬ ମାସ ହେଲା ବାହାଘର ହୋଇଛି। ମାସକ ପୂର୍ବେ ମୋ ସ୍ୱାମୀ ଆମ ୨ ଜଣଙ୍କର ପ୍ରାଇଭେଟ୍‌ ଭିଡିଓ ମୋ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ କରି କ୍ୟାପସନ୍‌ ଦେଇ ପୋଷ୍ଟ କରିଦେଲେ। ସେତେବେଳେ ମୁଁ ସୁନ୍ଦରପଦାରେ ଥିବାବେଳେ ସେ ନିଜ ଘର ବାଙ୍କିର ତୁଳସୀପୁରରେ ଥିଲେ। ଏସବୁ ମୋ ଘର ଲୋକ ଦେଖି ମୋତେ କହିବା ପରେ ମୁଁ ସାଙ୍ଗେସାଙ୍ଗେ ଡିଲିଟ୍‌ କରି ଦେଇଥିଲି’। ସ୍ୱାମୀଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ରହୁଥିବା ଜଣେ ମହିଳା। ମହିଳାଙ୍କ ଅଭିଯୋଗ ଅନୁସାରେ, ଯୌତୁକ ଦାବି କରି ସ୍ୱାମୀ ପ୍ରଥମେ ତାଙ୍କୁ ମାରପିଟ୍ କରୁଥିଲେ। ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ ହ୍ୟାକ୍ କରି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପୋଷ୍ଟ କରିଛନ୍ତି।  

Advertisment

ମହିଳା ଜଣକ ଅଭିଯୋଗ ଆଣିଛନ୍ତି, ଗତ ଡିସେମ୍ବର ୧୦ରେ ବିବାହ ହୋଇଥିଲା। ଏହାପରେ ମୁଁ ମୋ ଶାଶୁ ଘର ବାଙ୍କିର ତୁଳସୀପୁରରେ ରହୁଥିଲି। ବାହାଘର ପୂର୍ବରୁ କହିଥିଲେ ଆମକୁ ଯୌତୁକ ଦରକାର ନାହିଁ। ହେଲେ ବାହାଘର ଚତୁର୍ଥୀ ରାତିରୁ ମୋ ସ୍ୱାମୀ ଅମିତ କୁମାର ରାଉତ ମୋତେ ମାର୍‌ପିଟ୍‌ କରିବା ଆରମ୍ଭ କରି ଦେଇଥିଲେ। ଆଉ ଏବେ ସେ ଆମ ୨ ଜଣଙ୍କର ପ୍ରାଇଭେଟ୍‌ ଭିଡିଓ ମୋ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍‌ କରି କ୍ୟାପସନ୍‌ ଦେଇ ପୋଷ୍ଟ କରୁଛନ୍ତି। ଏପରିକି ସେ ମୋର ଶିକ୍ଷାଗତ ପ୍ରମାଣପତ୍ର ସବୁ ରଖି ଦେଇଛନ୍ତି। ଭିଡିଓ ଭାଇରାଲ କରି କହୁଛନ୍ତି, ଝିଅ ଖରାପ। ଯଦି ଝିଅ ଖରାପ, ତା’ହେଲେ ସାମ୍ନାକୁ ଆସି ମୋ ସହ ଲଢ଼ୁ। ଭିଡିଓ ଭାଇରାଲ୍‌ କରି, ଫୋନ୍‌ ସ୍ୱିଚ୍‌ ଅଫ୍‌ ଓ ଲୁଚିକି ରହି ଜାମିନ୍‌ ଆଣିବାର ଅର୍ଥ କ’ଣ ?  ମୁଁ ଚାହୁଁଛି ତାକୁ ଗିରଫ କରାଯାଉ ଓ ସେ ସାମ୍ନାକୁ ଆସୁ।’

Advertisment

ସ୍ତ୍ରୀର ଅଭିଯୋଗକୁ ନେଇ ସ୍ୱାମୀ କହିଛନ୍ତି, ‘କୋର୍ଟରେ ସବୁ ପ୍ରମାଣ ଦେବୁ ଓ କେସ୍‌ ଲଢ଼ିବା ପାଇଁ ଆମେ ପ୍ରସ୍ତୁତ ଅଛୁ। ସେ ଆଣିଥିବା ଅଭିଯୋଗ କୋର୍ଟରେ ନିଷ୍ପତ୍ତି ହେବ’। ଅନ୍ୟପକ୍ଷେ, ମହିଳା ଜଣକ ଘଟଣାକୁ ନେଇ ଜୁଲାଇ ୨ରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ଗତକାଲି ସମ୍ପୃକ୍ତ ମହିଳା ପୋଲିସ କମିଶନରଙ୍କୁ ଭେଟି ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି।

Bhubaneswar Man Uploads Wife’s Intimate Video
Advertisment
Advertisment