ସ୍ତ୍ରୀକୁ ହତ୍ୟାକରି ନଦୀରେ ଫିଙ୍ଗିଦେଲା ସ୍ୱାମୀ; ପରେ ପୋଲିସ ଆଗରେ କଲା ଆତ୍ମସମର୍ପଣ

ବୁଧବାର ବିଳମ୍ବିତ ରାତିରେ ଉଭୟଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଖୁବ୍‌ ବଚସା ହେବାପରେ ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ନାରାୟଣ ।

ସ୍ତ୍ରୀକୁ ମାରି ନଦୀରେ ଭସାଇଦେଲା ସ୍ୱାମୀ !

ସୈତାନ ସାଜି ଗଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରିବା ପରେ ନଦୀରେ ଫିଙ୍ଗିଦେଲା । ଗଞ୍ଜାମ ଜିଲ୍ଳା ସୋରଡା ଥାନା ଭଗବାନପୁର ଗାଁରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ମୃତ ମହିଳା ହେଲେ ଜାଗିଲିପଦର ଗ୍ରାମର ବୁଲି ମୁଳି । ବୁଲିକୁ ନାରାୟଣ ମୁଳି ପ୍ରେମ ବିବାହ କରିଥିଲେ । ହେଲେ କୌଣସି କେରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା ।

ତେବେ ବୁଧବାର ବିଳମ୍ବିତ ରାତିରେ ଉଭୟଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଖୁବ୍‌ ବଚସା ହେବାପରେ ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ନାରାୟଣ । ପତ୍ନୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିଲେ । ଏହି ଘଟଣା ଘଟାଇବା ପରେ ପୋଲିସ ଆଗରେ ଅଭିଯୁକ୍ତ ନାରାୟଣ ଆତ୍ମସମର୍ପଣ କରିଛି । ନିଜ ଅପରାଧ ସ୍ୱୀକାର କରିବା ସହ ସେହି ଦିନର ହତ୍ୟା ଘଟଣା ବଖାଣିଛି ।

ଝିଅ ଘର ପକ୍ଷରୁ ଏନେଇ ଜାଣିବା ପରେ ସୋରଡ଼ା ଥାନାରେ ଏତଲା ରୁଜୁ ହୋଇଛି । ପୋଲିସ୍ ଓ ଅଗ୍ନିଶମ ବାହିନୀର ମିଳିତ ସହଯୋଗରେ ମୃତଦେହ ଖୋଜା ଚାଲିଛି ।