Advertisment

Man Stabs Wife: ବିଚ୍ ରାସ୍ତାରେ ସ୍ତ୍ରୀକୁ ଗୋଡେଇ ଗୋଡେଇ ଛୁରାମାଡ଼, ଆଉ ତା ପରେ...

ବିଚ୍ ରାସ୍ତାରେ କାହାକୁ ଖାତିର କଲାନି । ଦିନ ଦ୍ୱିପ୍ରହରରେ ସ୍ତ୍ରୀକୁ ଗୋଡେଇ ଗୋଡେଇ ଛୁରାମାଡ଼ କଲା ସ୍ୱାମୀ । ଫଳରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ମହିଳା । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନ୍ତାନ୍ତର କରାଯାଇଛି ।

ଅଦ୍ୟତନ ହୋଇଛି
Man Stabs Wife

Man Stabs Wife

Advertisment

ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଛୁରାମାଡ଼ । ସ୍ତ୍ରୀକୁ ଗୋଡେଇ ଗୋଡେଇ ହାଣିଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଏଭଳି ଲୋମହର୍ଷମକାରୀ ଘଟଣା ଘଟିଛି । ସେଠାରେ ଥିବା MKC ହାଇସ୍କୁଲ ଛକରେ ଏଭଳି ନାରକୀୟ କାଣ୍ଡ ଘଟିଛି । ସ୍ଥାନୀୟଲୋକ ଅଭିଯୁକ୍ତକୁ ଅଟକ ରଖି ପୋଲିସର ଜିମା ଦେଇଛନ୍ତି । ଅଭିଯୁକ୍ତ ଜଣକ ହେଲା ରବୀନ୍ଦ୍ର ଦିଗାଲ । 

Advertisment

ମହିଳାଙ୍କ ପେଟ ଓ ପିଠିରେ ଆଘାତ ଲାଗିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ ଭଳି ଘଟଣା ପ୍ରତିଦିନ ସାମନାକୁ ଆସୁଛି । ନିଜ ପରିବାରଲୋକଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଉନାହାନ୍ତି ଅପରାଧୀ । ଗତକାଲି ପୁରୀ ଜିଲ୍ଲା ସଦର ସମଙ୍ଗରାରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ନିଶା ଖାଇବାକୁ ଟଙ୍କା ମାଗିଥିଲା ପୁଅ । ହେଲେ ମାଆ ଟଙ୍କା ନଦେବାରୁ ପୁଅର ଫାଉଡା ଚୋଟରେ ଜୀବନ ଯାଇଛି । 

ଅଧିକ ପଢନ୍ତୁ : ରାକ୍ଷସ ପୁଅର ନାରକୀୟ କାଣ୍ଡ, ନିଶା ଖାଇବାକୁ ଟଙ୍କା ନ ମିଳିବାରୁ...

Advertisment
Salman Khan Stabbing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ