Advertisment

ଗୁଳିମାଡ଼ରେ ବାପା ମୃତ, ଝିଅ ଗୁରୁତର

ମୃତକ ଖଲିକୋଟ କୁମଣ୍ଡ ଗାଁର ବିଜୟ ବେହେରା, ବିଜୟ ଝିଅର ଶାଶୁ ଘରକୁ ଆସିଥିବା ବେଳେ ଗୁଳିକାଣ୍ଡ

ଅଦ୍ୟତନ ହୋଇଛି
Man Shot Dead In Ganjam

Man shot dead

Advertisment

ଝିଅର ଶାଶୁ ଘରୁ ଯାଇ ଆଉ ଫେରିଲେନି.. ସବୁଦିନ ପାଇଁ ଚାଲିଗଲେ ଅଫେରା ରାଇଜକୁ.. ଗୁଳିମାଡ଼ରେ ବାପା ମୃତ, ଝିଅ ଗୁରୁତର । ଗଞ୍ଜାମ ପୋଲସରାର ବ୍ଲକ ଛକ ନିକଟରେ ଘଟିଛି ଗୁଳିକାଣ୍ଡ। ଏଥିରେ ବାପାର ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଆହତ ହୋଇଛି ।

Advertisment

ମୃତକ ହେଲେ ଖଲିକୋଟ କୁମଣ୍ଡ ଗାଁର ବିଜୟ ବେହେରା। ସେ ଝିଅର ଶାଶୁ ଘରକୁ ଯାଇଥିବା ବେଳେ ଗୁଳିକାଣ୍ଡ ହୋଇଛି । ପାରିବାରିକ ବିବାଦରୁ ପାଟିତୁଣ୍ଡ ଘଟି ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି । ଝିଅର ସଂପର୍କୀୟ ପ୍ରଶାନ୍ତ ବେହେରା ଗୁଳି ଚଳାଇଥିବା ସୂଚନା ମିଳିଛି ।

ଗୁଳିମାଡ଼ ପରେ ଆହତ ବିଜୟ ଓ ଗାୟତ୍ରୀଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ବିଜୟଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରଶାନ୍ତ ବେହେରାଙ୍କୁ ପୋଲିସ ଗିରଫ କରିଛି। ତାସହ ଅଭିଯୁକ୍ତ ପ୍ରଶାନ୍ତଠାରୁ ପୋଲିସ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରିଛି। ....

Advertisment

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ