ଠୁକରା କେ ମେରା ପ୍ୟାର୍‌ . . . ବେଦୀ ଉପରେ ବସିଥିବା କନ୍ୟାକୁ ଗୁଳି ମାରିଲା ପ୍ରେମିକ

ଧୁମଧାମରେ ବିବାହ ଚାଲିଥିବା ବେଳେ ପହଞ୍ଚିଗଲା ପ୍ରେମିକ । କନ୍ୟାକୁ ମାରିଲା ଗୁଳି . .

କନ୍ୟାକୁ ବାହାବେଦୀରେ ଗୁଳି

ଏକତରଫା ପ୍ରେମିକର ଉନ୍ମତ କାଣ୍ଡ । ମଥାରେ ସିନ୍ଦୂର ନାଇ ନୂଆ ଜୀବନର ସ୍ୱପ୍ନ ଦେଖୁଥିବା ଯୁବତୀଙ୍କୁ ବେଦୀ ଉପରେ ଗୁଳିମାଡ଼ । ମୋର ହେଲାନି ତ କାହାର ହେବାକୁ ଦେବିନି କହି ଗୁଳି ମାରିଦେଲା ପ୍ରେମିକ । ପାକିସ୍ତାନର ରାୱଲପିଣ୍ଡି ସହରରେ ଏପରି ଏକ ଘଟଣା ଘଟିଛି । ଗୁଳିମାଡ଼ ପରେ କନ୍ୟାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାହା ମଣ୍ଡପରେ ଧୁମଧାମରେ ରୀତିନୀତି ହେଉଥିବା ବେଳେ ଅଭିଯୁକ୍ତ ଏପରି କାଣ୍ଡ ଘଟାଇଛି ପ୍ରେମିକ । ଏହି ଘଟଣା ପରେ ଅତିଥିମାନେ ସଶସ୍ତ୍ର ଅଭିଯୁକ୍ତକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ପୋଲିସ ସୂଚନା ଅନୁସାରେ, ଯୁବକ ଜଣକ ସଂପୃକ୍ତ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ଝିଅ ଘର ପରିବାର ଏଥିରେ ରାଜି ହୋଇନଥିଲେ । ଆଉ ଝିଅର ଅନ୍ୟଆଡ଼େ ବିବାହ ଠିକ୍‌ କରିଦେଥିଲେ । ବିବାହ ପ୍ରସ୍ତାବ ଖଣ୍ଡନ କରିବା ପରେ ଯୁବକ ଜଣକ ରକ୍ତ ଚାଉଳ ଚୋବାଉଥିଲା । ସବୁ ଦିନ ପାଇଁ ଯୁବତୀଙ୍କୁ ହଟାଇ ଦେବା ପାଇଁ ଯୋଜନା କରିଥିଲା ।

ଅଧିକ ପଢ଼ନ୍ତୁ: ହୋଟେଲରେ ରାତି କାଟିବାକୁ ମନା କରିବାରୁ ପ୍ରେମିକାକୁ ତଣ୍ଟି ଚିପି ମାରିଦେଲା ପ୍ରେମିକ

ଆଉ ଯୋଜନା ମୁତାବକ ବୋହୂ ବେଶରେ ସଜ ହୋଇ କନ୍ୟା ବସିଥିବା ବେଳେ ବିନା ଡାକରାରେ ମଣ୍ଡପରେ ପହଞ୍ଚି ଯାଇଥିଲା ଏକତରଫା ପ୍ରେମିକ । ବିବାହର ଭିଡ଼ଭାଡ଼ରେ କେହି ତା’ ଉପରକୁ ଧ୍ୟାନ ଦେଇନଥିଲେ । ଆଉ ସେ ବେଦୀ ପାଖରେ ପହଞ୍ଚିବା ପରେ ତୁରନ୍ତ ପକେଟରୁ ବନ୍ଧୁକ ବାହାର କରି କନ୍ୟାକୁ ଗୁଳି ମାରିଥିଲା । ସୌଭାଗ୍ୟବଶତଃ ଯୁବତୀଙ୍କ ଜୀବନ ବଞ୍ଚିଯାଇଛି । ସେ ଆହତ ହୋଇଥିବା ବେଳେ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି ପୋଲିସ୍ ।