Advertisment

ଘରେ କେହି ନଥିଲେ...ବୋହୂର ଶୋଇବା ଘରକୁ ପଶି ଶ୍ୱଶୁର...

ଘରେ ସ୍ୱାମୀ ନଥିଲେ କି ଶାଶୂ...ଏକା ଏକା ଶୋଇବା ଘରେ ଶୋଇଥିଲେ ବୋହୂ। ଆଉ ଏହାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ ଶ୍ବଶୁର। ହେଲେ ବୋହୂ ଶ୍ୱଶୁରଙ୍କ ମନ୍ଦ ଉଦ୍ଦେଶ୍ୟର କଥା ଜାଣିବା ପରେ ତୁରନ୍ତ କୌଶଳକ୍ରମେ ଘରୁ ବାହାରି ଆସି ବାପଘରକୁ ପଳାଇ ଆସିଥିଲେ। ଶାଶୂଘରେ କଣ ସବୁ ହେଲା ବାପଘର ଲୋକଙ୍କୁ ସବୁ କହିଥିଲା ଝିଅ। ବାସ୍‌ ସବୁ ଜାଣିବା ପରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ବାପଘର ପାଖକୁ ଡାକିଥିଲେ ବାପଘର ଲୋକ।

ଅଦ୍ୟତନ ହୋଇଛି
Father In Law

Father In Law

Advertisment

ବେକରେ ଜୋତାମାଳ ,ଗୋଡରେ ବନ୍ଧା ହୋଇଛି ପ୍ଲାଷ୍ଟିକ୍‌ ଦଉଡି। ଏମିତି କିଛି ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ ଏମିତି କାହାକୁ ଓ କାହିଁକି ପିନ୍ଧାଯାଇଛି  ? ଦର୍ଶକବନ୍ଧୁ ଇଏ ଏମିତି କାମ କରିଛନ୍ତି ଯେଉଁଥି ପାଇଁ ତାଙ୍କୁ ଦିଆଯାଇଛି ଏମିତି ଦଣ୍ଡ ।

Advertisment

ଘରେ ସ୍ୱାମୀ ନଥିଲେ କି ଶାଶୂ...ଏକା ଏକା ଶୋଇବା ଘରେ ଶୋଇଥିଲେ ବୋହୂ। ଆଉ ଏହାର ସୁଯୋଗ ନେଇ ବୋହୂକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ ଶ୍ବଶୁର। ହେଲେ ବୋହୂ ଶ୍ୱଶୁରଙ୍କ ମନ୍ଦ ଉଦ୍ଦେଶ୍ୟର କଥା ଜାଣିବା ପରେ ତୁରନ୍ତ କୌଶଳକ୍ରମେ ଘରୁ ବାହାରି ଆସି ବାପଘରକୁ ପଳାଇ ଆସିଥିଲେ। ଶାଶୂଘରେ କଣ ସବୁ ହେଲା ବାପଘର ଲୋକଙ୍କୁ ସବୁ କହିଥିଲା ଝିଅ। ବାସ୍‌ ସବୁ ଜାଣିବା ପରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ବାପଘର ପାଖକୁ ଡାକିଥିଲେ ବାପଘର ଲୋକ।

ଅଧିକ ପଢ଼ନ୍ତୁ: ଦାମ୍ପତ୍ୟ କଳିର ଭୟଙ୍କର ପରିଣତି ! ଶ୍ୱଶୁର-ଶାଳକଙ୍କୁ କାର ଚଢ଼ାଇ ହତ୍ୟା ଉଦ୍ୟମ କଲେ ଜ୍ୱାଇଁ, ଦେଖନ୍ତୁ ଭିଡିଓ..

Advertisment

ବାପଘର ପାଖରେ ପହଞ୍ଚିବା ପରେ ଶ୍ୱଶୁରଙ୍କ ପୂରା କାରନାମା ସମ୍ପର୍କରେ ବୁଝିବା ସହିତ ଶ୍ୱଶୁରଙ୍କୁ ବାନ୍ଧି ପକାଇଥିଲେ ବାପଘର ଲୋକ। ଗୋଡରେ ପ୍ଲାଷ୍ଟିକ ଦଉଡି ବନ୍ଧା ହେବା ସହିତ ବେକରେ ଜୋତା ଓ ପାଛିଆ ମାଳ ପିନ୍ଧାଇ ଦେଇଥିଲେ ଲୋକେ। ଏମିତିକି ନିର୍ଘାତ ମାଡ ବି ମରାଯାଇଥିଲା । କାମୁକ ଶ୍ୱଶୁରଙ୍କ ଏପରି କାଣ୍ଡ ଜାଣିବା ପରେ ଗାଁରେ କଙ୍ଗାରୁକୋର୍ଟ ବସିଥିଲା । ପରେ ଏମିତି ବାନ୍ଧି ମାଡ ମାରିଥିଲେ ଗାଁ ଲୋକେ। ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ହେଲେ ପୁଅ-ସ୍ତ୍ରୀଙ୍କ ଅନୁପସ୍ଥିତିରେ ବୋହୂକୁ ଶ୍ୱଶୁର ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।

(ଉଦଳାରୁ ମାନସ ପାଣିଙ୍କ ରିପୋର୍ଟ)

Crime Daughter-In-Law
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ